Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାରେ ମା ମାହେଶ୍ଵରୀଙ୍କ ଶୋଭାଯାତ୍ରାରେ ସୁରକ୍ଷା ପ୍ରଦାନ ପାଇଁ ଏସପିଙ୍କୁ ଦାବୀପତ୍ର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁମାଲ ପରିଷଦ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁଙ୍କୁ ଭେଟି ଜିଲ୍ଲାର ସମସ୍ତ ୮୮ ଟି ମାହେଶ୍ୱରୀ ପୀଠରେ ଅନୁଷ୍ଠିତ ହେବାକୁ ଥିବା ମା ମାହେଶ୍ୱରୀ ଶୋଭାଯାତ୍ରାରେ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଆଶ୍ଵିନ ମାସରେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ମାଁ ମାହେଶ୍ୱରୀ ଙ୍କ ମନ୍ଦିରରେ ଷୋଡ଼ଶ ପୂଜାର୍ଚ୍ଚନା ର ଶେଷ ଦିନ ଅଷ୍ଟମୀ ତିଥିରେ ଭାଇ ଜିଉଁତିଆ ଦିନ ଜିଲ୍ଲାର ୮୮ ଗୋଟି ମାହେଶ୍ୱରୀ ମନ୍ଦିର ପୀଠରେ ମାଁ ମାହେଶ୍ୱରୀ ଙ୍କର ଶୋଭାଯାତ୍ରାର ଏକ ନିର୍ଦ୍ଦିଷ୍ଟ ବିଧି ମତେ ସମାପନ ହୋଇଥାଏ। ତେଣୁ ଏ ସମସ୍ତ ପୀଠ ଗୁଡିକରେ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ଆଜି ଜିଲ୍ଲା ଡୁମାଳ ପରିଷଦ ପକ୍ଷରୁ ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ନେତୃତ୍ୱରେ ଏସପି ଙ୍କୁ ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ଉପ ସଭାପତି ଲକ୍ଷ୍ମଣ ବସ୍ତିଆ, ସଂଯୋଜକ ସୁରେଶ ପାତ୍ର, ଆଇନ ପରାମର୍ଶଦାତା ସଦସ୍ୟ କୃଷ୍ଣଚନ୍ଦ୍ର କମ୍ପ, ସୋନପୁର ନଗର ସଭାପତି ସତ୍ୟ ନାରାୟଣ ବସ୍ତିଆ, ସମ୍ପାଦକ ଲକ୍ଷ୍ମଣ ଦେହେରୀ, କୋଷାଧ୍ୟକ୍ଷ ଜୟ ନାରାୟଣ ମେଣ୍ଡିଲି ପ୍ରମୁଖଙ୍କ ସହ ଅନ୍ୟାନ୍ୟ ପରିଷଦର ସଦସ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ