Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜାପୁର ମହିଳା ମହାବିଦ୍ୟାଳୟ ରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜାପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ରେ ମଙ୍ଗଳବାର ଯୁବ ରେଡକ୍ରସ, ରେଡ୍ ରିବନ କ୍ଲବ ଓ ଉପଖଣ୍ଡ ଡାକ୍ତରଖାନା ପକ୍ଷରୁ ଏସ୍ ଆଇ ଭି ଏଡ଼ସ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଉପଖଣ୍ଡ ଡାକ୍ତରଖାନା ର ଏଚ୍ ଆଇ ଭି କାଉନସିଲର ନରସିଂହ ମହନ୍ତ ଯୋଗ ଦେଇ ଏ ମାରାତ୍ମକ ରୋଗ ଉପରେ ସଚେତନ କରିଥିଲେ I ଏହାର ନିରାକରଣ ପଦ୍ଧତି ଉପରେ ମଧ୍ୟ ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ I ବରିଷ୍ଠ ଅଧ୍ୟାପିକା ସନ୍ଧ୍ୟାରାଣୀ ରାଉତ ଅନ୍ୟତମ ଅତିଥିଭାବେ ଯୋଗଦେଇ ଏଡସ ମହାମାରୀ ବ୍ୟାପିବାର କାରଣ ଓ ନିରାକରଣ ଉପରେ ଅବଗତ କରାଇ ଥିଲେ l କଲେଜ ର ଯୁବ ରେଡକ୍ରସ ପରାମର୍ଶ ଦାତା ଅଧ୍ୟାପିକା ଗୀତାଞ୍ଜଳି ପଧାନ ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଅଧ୍ୟାପିକା ସନ୍ତୋଷିନୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ I