Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ କେନ୍ଦ୍ରୀୟ ସ୍କୁଲ ଖୋଲିବା ଓ ଶୈକ୍ଷିକ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଦାବି ପତ୍ର

ସମ୍ବଲପୁର:ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ କୁଚିଣ୍ଡା ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କରିବା ପରିପ୍ରେକ୍ଷୀରେ ଅର୍ଡ଼l ବାହାଲ ସ୍ଥିତ ବାଳିକା ଉଚ୍ଚ ମାଧ୍ୟମିକ ସ୍କୁଲ ର ପରିବର୍ଦ୍ଧିତ ଗୃହକୁ ଉଦଘାଟନ କରିଥିଲେ। ।ଏହି ଅବସରରେ ଛାତ୍ରୀ ମାନେ ଏକ ଦାବିପତ୍ର ପ୍ରଦାନ କରି ଏକ ଦୁଇ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ସ୍ଥାପନ ପାଇଁ ଦାବି କରିଥିଲେ । ସେହିପରି ଭାବରେ ସ୍କୁଲ କର୍ତ୍ତୃପକ୍ଷ ଭିନ୍ନ ଏକ ଦାବିପତ୍ର ମାଧ୍ୟମରେ ସ୍କୁଲ ପରିସରରେ ସମସ୍ତ ଷ୍ଟାଫଙ୍କ କ୍ୱାଟର ନିର୍ମାଣ କରିବାକୁ ଅନୁରୋଧ କରାଯାଇଛି । ଅନୁରୂପ ଭାବରେ ଅଞ୍ଚଳ ବାସୀଙ୍କ ପକ୍ଷରୁ ଏହି ଅନୁଷ୍ଠାନ ଓ ଷଣ୍ଢ ପଥର ସ୍ଥିତ ଉଚ୍ଚ ମାଧ୍ୟମିକ ସ୍କୁଲ ରେ ଖାଲି ଥିବା ଅଧ୍ୟାପକ ଓ ଲେବୋରେଟାରି ପଦବୀ ପୂରଣ, ପ୍ରସ୍ତାବିତ ବାମରା ଓ ଜମନକିରା ଏକଲବ୍ୟ ସ୍କୁଲ କୁ ଆସନ୍ତା ବର୍ଷରୁ ହିଁ ଆରମ୍ଭ କରିବା, କୁଚିଣ୍ଡା ରେ କେନ୍ଦ୍ରୀୟ ସ୍କୁଲ ସ୍ଥାପନ କରିବାକୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଦାବିପତ୍ର ପ୍ରଦାନ କରି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ