ଗୋବିନ୍ଦତୋଳା ଦୂର୍ଗାପୂଜାର ବେଲବରଣ ଓ କଳସଧୀବାସ


ସମ୍ବଲପୁର:୫୬ ବର୍ଷ ରେ ପଦାର୍ପଣ କରିଥିବା ଗୋବିନ୍ଦତୋଳା ଶାରଦୀୟ ଦୁର୍ଗାପୂଜା ର ପ୍ରାରମ୍ଭିକ ଦିବସ ରେ ଗୋବିନ୍ଦତୋଳା ଦୁର୍ଗାପୂଜା ମଣ୍ଡପ ରୁ ଦୂଲଦୁଲି ବଜା ଓ ଶଙ୍ଖ ଓ ଘଣ୍ଟ ର ପ୍ରକମ୍ପିତ ଧ୍ୱନି ରେ ରେ ଏକ ଶୋଭାଯାତ୍ରା ରେ କଳସ ଯାତ୍ରା ବାହାରି ହରଡ଼ ଜୋର – ମହାନଦୀ ର ସଙ୍ଗମ ସ୍ଥଳ ରେ କଳସଧୀବାସ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ପୂର୍ବରୁ ଗୋବିନ୍ଦତୋଳା ବସ୍ତିରେ ବିଲ୍ଵବରଣ ପୂଜାର୍ଚନା କରାଯାଇଥିଲା l ପଣ୍ଡିତ ଜଗଦୀଶ ଦାସ ଏବଂ ତାଙ୍କ ସହଯୋଗୀ ପଣ୍ଡିତ ମାନଙ୍କ ଦ୍ୱାରା ଏହି ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ଲ ଚଳିତ ବର୍ଷ କର୍ତ୍ତା ଦାୟିତ୍ୱ ରେ ଥିବା ଇଂ. ସଞ୍ଜୟ ତ୍ରିପାଠୀ ଓ ତାଙ୍କର ସହଧର୍ମିଣୀ ଡାକ୍ତର ନମିତା ନାଥ ଙ୍କ ସହ ଶତାଧିକ ଶ୍ରଦ୍ଧାଳୁ, ୯ ଜଣ ବ୍ରାହ୍ମଣ ତଥା ଦୁର୍ଗାପୂଜା କମିଟି ର ସଭାପତି ପ୍ରଦୀପ ପାଢ଼ୀ, ସମ୍ପାଦକ ଡମ୍ବରୁଧର ରଣା ଓ କମିଟି ର ସଦସ୍ୟ ବୃନ୍ଦ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ଲ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଗୌରୀଦାସ ପଣ୍ଡା ଓ ଦୀପକ କୁମାର ପଣ୍ଡା।