Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର ତାଲିକା ପଞୀକରଣ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର,ଆଜି ଧମା ସ୍ଥିତ ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କେନ୍ଦ୍ର ପକ୍ଷରୁ ଭୋଟର ତାଲିକା ପଞୀକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ମତଦାତା ସାକ୍ଷରତା କ୍ଲବ୍‌ର ଅଧିକାରୀ ଅଧ୍ୟାପକ ଅନ୍ତର୍ଯ୍ୟାମୀ ମହାକୁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର,ଡ. ସିଦ୍ଧାର୍ଥ ପଣ୍ଡା ଶିକ୍ଷାର୍ଥୀମାନଙ୍କୁ ସଚେତନ ନାଗରିକ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପୂର୍ବକ ୨୦୦୬-୦୭ ମଧ୍ଯରେ ଜନ୍ମିତ ସମସ୍ତ ଛାତ୍ରଛାତ୍ରୀ ବ୍ଲକ ପକ୍ଷରୁ ନିଯୁକ୍ତ ଅଧିକାରୀଙ୍କ ସହଯୋଗିତା ନେଇ ନାମ ପଞୀକରଣ କରାଇନେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଚୈତନ୍ଯ ସେନାପତି,ଜୀବର୍ଦ୍ଧନ ସେଠ,ପ୍ରମୋଦ ଲହରିଆ ପ୍ରମୁଖ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ