Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଡ଼ଙ୍ଗରପଡା ଦୁର୍ଗାପୂଜାରେ ଆନ୍ତ-ଜିଲ୍ଲା ସଂକୀର୍ତନ ସମ୍ମିଳନୀ

ସମ୍ବଲପୁର: ଯୁଯୋମୁରା ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଶାରଦୀୟ ଦୁର୍ଗାପୂଜା ଚଳିତ ବର୍ଷ ଗ୍ରାମାଞ୍ଚଳ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଆନ୍ତ-ଜିଲ୍ଲା ସଂକୀର୍ତନ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି।
ଆଜି ଦିନ ୧୧ଟାରେ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି।ରାଧାକାନ୍ତ ବିଶ୍ୱାଳ ଏହାକୁ ଉଦଘାଟନ କରିଥିବାବେଳେ ସଂକୀର୍ତନ ପରିଷଦ ସମ୍ବଲପୁର ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ସାହୁ, ବରଗଡ ସଭାପତି ପ୍ରମୋଦ କୁମାର ଦାଶ ଡ଼ଙ୍ଗରପଡା ସରପଞ୍ଚ ଅୟସ କାନ୍ତ ବଡ଼ପଣ୍ଡା, ଡା. ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ପ୍ରାୟ ୭୦ ରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନାମ ସଂକୀର୍ତନ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ କମିଟି ଉପଦେଷ୍ଟା ପ୍ରାଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ରାଧାକାନ୍ତ ବିଶ୍ୱାଳ, ବଂଶୀଧର ବେହେରା ଓ କୃଷ୍ଣଚନ୍ଦ୍ର ବିଶ୍ୱାଳ ଓ ଶ୍ରୀମତ ପଧାନଙ୍କ ମୁଖ୍ୟ ଆୟୋଜନରେ ଏହା ଅନୁଷ୍ଠିତ ହେଉଥିବା ବେଳେ ଅଶ୍ୱିନୀ କୁମାର ପ୍ରଧାନ, ଗୋକୁଳାନନ୍ଦ ସାହୁ, ଜଗଦୀଶ ମାଝୀ ପୀତବାସ ମାଝୀ ଏଥିରେ ସହଯୋଗ କରୁଛନ୍ତି।ଉଦଯାପନୀ ଉତ୍ସବରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମାଜିକ ସଂସ୍କାର ଓ ଆଧ୍ୟାତ୍ମିକ ପ୍ରତିକୂଳ ପରିବେଶ ସୃଷ୍ଟି କରିବାରେ ସଂକୀର୍ତନର ମହାତ୍ମା ଓ ଗାହକ, ବାହାକଙ୍କ ଯୋଗଦାନକୁ ଭଗବାନଙ୍କ ଆଶୀର୍ବାଦ ବୋଲି ଅଭିହିତ କରିଥିଲେ।ପ୍ରାଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ଇଂ. ସଂଜୀବ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।ଏଥିରେ ଯୋଗ ଦେଇ ନିଜର କଲା ନୈପୁଣ୍ୟ ପ୍ରଦର୍ଶନ କରିଥିବା ଗାହକ ଓ ବାହାକ କଳାକାର ମାନଙ୍କୁ ପ୍ରଶଂସା ମାନପତ୍ର ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏହି ଉଦଯାପନୀ ସଭାରେ ଡ଼ଙ୍ଗରପଡା ସରପଞ୍ଚଙ୍କ ସମେତ କୁକୁଡ଼ାପାଲି ସରପଞ୍ଚ ଗୀତାଞ୍ଜଳି ଦେହୁରୀ,ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ବିଜେଡି ରାଜ୍ୟ ଯୁବ ସମ୍ପାଦକ ହୀରାଲାଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଆୟୋଜିତ ଶାରଦୀୟ ଦୁର୍ଗାପୂଜାରେ ପଣ୍ଡିତ ଶାଶ୍ୱତ ବଡ଼ପଣ୍ଡା ପୌରହିତ୍ୟ କରୁଥିବା ବେଳେ ସସ୍ତ୍ରୀକ ସ୍ଥାନୀୟ ସରପଞ୍ଚ ଅୟସ କାନ୍ତ ବଡ଼ପଣ୍ଡା ଓ ଇନ୍ଦିରା ବଡ଼ପଣ୍ଡା କର୍ତ୍ତା ଦାୟିତ୍ୱ ସମ୍ପାଦନ କରୁଛନ୍ତି।