Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀଙ୍କୁ ନାଗରୀକ ସମ୍ବର୍ଦ୍ଧନା:କୁଚିଣ୍ଡାକୁ ଜିଲା ମାନ୍ୟତା ଓ ମୌଳିକ ସମସ୍ୟାର ପ୍ରତିକାର ପାଇଁ ନାଗରୀକ ସମାଜର ଦାବି

ସମ୍ବଲପୁର :କୁଚିଣ୍ଡା ସଚେତନ ନାଗରୀକ ମଞ୍ଚ ଏବଂ ବିଭିନ୍ନ ସଂଗଠନ ର ମିଳିତ ଆନୁକୂଲ୍ୟରେ କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଏକ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ ନାଗରୀକ ସଂଘ ସଭାପତି ଧରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗ୍ରାମ୍ୟଉନ୍ନୟନ,ପଞ୍ଚାୟତରାଜ ଏବଂ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱାଧିନତା ପରେ କୁଚିଣ୍ଡା ମନ୍ତ୍ରୀତ୍ୱ ପାଇଥିବାରୁ ଶ୍ରୀ ନାଏକଙ୍କୁ ଉଚ୍ଛସ୍ୱିତ ନାଗରୀକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ନାଏକ ଉଦବୋଧନ ଦେଇ ଅଞ୍ଚଳର ବିକାଶ କୁ ମୋଡେଲ ଭାବେ କରିବାକୁ ସେ ସଂକଳ୍ପ ବଦ୍ଧ ବୋଲି ପ୍ରକାଶ କରି ସହଯୋଗ କାମନା କରିଥିଲେ ।
ସଭାରେ ବିଭିନ୍ନ ସଂଗଠନରୁ ଆସିଥିବା ପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ମାନେ ଅଞ୍ଚଳର ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଅଣଜଳସେଚିତ ବଣପାହାଡ ଘେରା ଆଦିବାସୀ ବହୁଳ ଅଞ୍ଚଳରେ ସମଗ୍ରୀକ ବିକାଶ ସକାଶେ ମୌଳିକ ସମସ୍ୟା ପ୍ରତିକାର କରି ଏକ ମୋଡେଲ ନିର୍ବାଚନ ମଣ୍ଡଳୀ କରିବାକୁ ନାଗରୀକ ସମାଜ ପକ୍ଷରୁ ଦାବି କରାଯାଇଥିଲା । କୁଚିଣ୍ଡାରେ କେନ୍ଦ୍ର ସରକାରଙ୍କ ବିଚାରଧିନ କେନ୍ଦ୍ରୀୟ ବିଦ୍ୟାଳୟ, ଜମନକିରା ଓ ବାମାରରେ ପ୍ରସ୍ତାବିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ,ଝାରସୁଗୁଡାରୁ ଦେବଗଡକୁ ରେଳ ସଂଯୋଗ ସକାଶେ ଆବଶ୍ୟକ ସର୍ଭେ ଓ କାମ ପାଇଁ ଅନୁଦାନ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା । ଅଞ୍ଚଳର କଳାକାର,ଖେଳାଳୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା , କର୍ମସଂସ୍ଥାନ ସୃଷ୍ଟି ପାଇଁ ପଦକ୍ଷେପ ଓ ଲଙ୍କା ଚାଷର ପ୍ରୋତ୍ସାହନ ଏବଂ ପ୍ରକ୍ରୟୀକରଣ ସକାଶେ ଦାବି ହୋଇଥିଲା । ସହରର ଚତୁଃପାଶ୍ୱର୍ରେ ରିଙ୍ଗରୋଡ କରିବାକୁ ଉପସ୍ଥିତ ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ । ପର୍ଯ୍ୟପ୍ତ ଜଳରାଶି କୁ ଉପଯୋଗ କରି ସେଚ ମାଧ୍ୟମରେ ପାଣିର ଉପଯୋଗ କରିବା ଓ କୃଷି ଏବଂ କୃଷକର ଆର୍ଥିକ ମେରୁଦଣ୍ଡକୁ ଶକ୍ତ କରିବା, ସ୍ୱାସ୍ଥ୍ର‌୍ୟ ର ଉନ୍ନତି, ଗ୍ରାମାଞ୍ଚଳ ଡାକ୍ତରଖାନା ଓ ସହରାଞ୍ଚଳର ଡାକ୍ତରଖାନାର ଖାଲିଥିବା ପଦବୀ ପୂରଣ, ପଞ୍ଚାୟତରାଜ ବ୍ୟବସ୍ଥାର ସୁଦୃଢ କରିବାକୁ ଆଲୋଚନା ହୋଇଥିଲା । ତିନି ବ୍ଲକରେ ତିନୋଟି ବଡ ପ୍ରେକ୍ଷାଳୟ, ଶିକ୍ଷାର ସଂସ୍କାର ସହ ଶୈକ୍ଷିକ ପରିବେଶ ଓ କୌଶଳ ବୃଦ୍ଧି ସମେତ ଯୁଗଉପଯୋଗୀ ଶିକ୍ଷା ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା । ଏହି ମର୍ମରେ ୧୬ଦଫା ସିମ୍ବଳିତ ଦାବିପତ୍ର ମାନ୍ୟବର ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ସଭା ପ୍ରାରମ୍ଭରେ ଆବାହକ ପ୍ରଭାତ ବେହେରା ସ୍ୱାଗତ ବକ୍ତବ୍ୟ, ବିଶିଷ୍ଟ ସାମାଜିକ କର୍ମି ହିଂମାଶୁ ଜେନା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ସୁବାଷ ଚନ୍ଦ୍ର ନାଏକ ସଂଯୋଜନା କରିଥିଲେ । ଏଥିରେ ବରିଷ୍ଟ ନାଗରୀକ ସଂଘର ପୂର୍ବତନ ସଭାପତି ଜୟପ୍ରକାଶ ଗୁପ୍ତା, କଲେଜର ଆଲମୂୁନୀ ସଭାପତି ପ୍ରଫୁଲ୍ଲ ସାହୁ, ଅଘରିଆ ସମାଜ ସଭାପତି ଗଙ୍ଗାଧର ନାଏକ, ନରେଶ ପଟେଲ, ୱାର୍ଡ ମେମ୍ବର ସଂଘର ସରୋଜ ମେହେର, ବାମରା କୃଷକ ସଂଗଠନ ଆବାହକ ଯୋଗବିହାରୀ ପରିଡା, ସମ୍ପାଦକ କିରନ ନାଏକ, ଶିକ୍ଷକ ସଂଘର ସମ୍ପାଦିକା କଲ୍ୟାଣି ପଟେଲ, ପ୍ରମୋଦ ଚୌଧୂରୀ, ଘରୋଇ ଟ୍ୟାକ୍ସି ସଂଘ କାର୍ଯ୍ୟକର୍ତ୍ତା,ବ୍ୟାଡମିଣ୍ଟନ ସଂଘର ସଭାପତି ରାଜେଶ ଶର୍ମା, ଲାୟନ୍ସ କ୍ଲବ ଅତୁଲ ଅଗ୍ରୱାଲା, ମାରୁ୍‌ୱାଡି ମଂଚର ରାଜେଶ ଅଗ୍ରୱାଲା , ବିଦ୍ୟାମନ୍ଦିର ଉପସଭାପତି ପ୍ରଶାନ୍ତ ପଟେଲ, ମହିଳା ଜାଗୃତି ମଂଚର କାର୍ଯ୍ୟକର୍ତ୍ତା ,ଡା. ପ୍ରସନ୍ନ ସାମଲ, ନାଗରିକ କମିଟି ର ହରେକୃଷ୍ଣ ମହାପାତ୍ର ପ୍ରମୁଖ ବକ୍ତବ୍ୟ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ