Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା କାଲି ମା ସୁରେଶ୍ଵରୀଙ୍କ ଅପୂର୍ବ ପଦ୍ମାଭିଷେକ ରୂପ ଦର୍ଶନ କରିବେ ଶ୍ରଦ୍ଧାଳୁ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆସନ୍ତା କାଲି ଶନିବାର ଦଶହରା ଦିନ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଅପୂର୍ବ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଦେବୀ ସୁରେଶ୍ୱରୀଙ୍କ ଏହି ମହାର୍ଘ ପଦ୍ମାଭିଷେକ ବେଶରେ ଷୋହଳ ହଜାର ଆଠ ଗୋଟି ପଦ୍ମଫୁଲ ଲାଗିବାକୁ ଥିବାବେଳେ ପଟାଭାଡ଼ିସ୍ଥିତ ରାମ ମନ୍ଦିରରୁ ସୁରେଶ୍ୱରୀ ମନ୍ଦିରକୁ ଭକ୍ତଙ୍କ ଦ୍ୱାରା ସକାଳ ୮ଟାରେ ଏକ ଭବ୍ୟ ଶୋଭାଯାତ୍ରାରେ ପଦ୍ମଫୁଲ ସବୁ ନିଆଯିବ। ପରେ ପରେ ଦେବୀ ସୁରେଶ୍ୱରୀଙ୍କୁ ସେବାୟତଙ୍କ ଦ୍ୱାରା ପଦ୍ମବେଶରେ ସଜାଯାଇ ପଦ୍ମାଭିଷେକ କରାଯିବ। ପଦ୍ମାଭିଷେକ କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଅନନ୍ୟ ପଦ୍ମାଭିଷେକ ବେଶ ଦର୍ଶନ ସହ ଦେବୀ ସୁରେଶ୍ୱରୀଙ୍କ ଆଶିଷ ଲାଭ କରିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ନିବେଦନ କରାଯାଇଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମାଭିଷେକ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଶ୍ୟାମାଓଁ ପ୍ରସାଦ ମିଶ୍ର, ଗଣପତି ବାଘ, ବେଣୁଧର ପ୍ରଧାନ, ମନୋଜ ବାରିକ ଓ ଦେବକୀ ନନ୍ଦନ ମିଶ୍ର ପ୍ରମୁଖ ପ୍ରଥମ ଥର ପାଇଁ ଆୟୋଜିତ ଦେବୀ ସୁରେଶ୍ୱରୀଙ୍କ ଏହି ମହାର୍ଘ ବେଶ ସୁବର୍ଣ୍ଣପୁର ମାଟିକୁ ମହିମାନ୍ବିତ କରିବା ସହ ଜଗତ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ