Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଣ୍ତପଲାରେ ଅଖିଲ ଭାରତୀୟ ଅଘରିଆ ସମାଜର ନୁଆଁଖାଇ ଭେଟଘାଟ ସମାରୋହ

ସମ୍ବଲପୁର /ଅମ୍ବାଭୋନା:ବରଗଡ ଜିଲ୍ଲା ଅମ୍ବାଭୋନାବ୍ଳକ ଅନ୍ତର୍ଗତ କଣ୍ତପଲା ଗ୍ରାମ ରେ ଆଜି ଅଖିଲ ଭାରତୀୟ ଅଘରିଆ ସମାଜ ଭୁକ୍ତା କ୍ଷେତ୍ର ପକ୍ଷରୁ ନୁଆଁଖାଇ ଭେଟଘାଟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବ ମୁଖ୍ଯଅତିଥି ଭାବେ ଛତିଶଗଡ ବିତ୍ତ ମନ୍ତ୍ରୀ ତଥା ରାୟଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ଓମପ୍ରକାଶ ଚୌଧୁରୀ ଯୋଗଦେଇ ଶ୍ରୀକୃଷ୍ଣ ଙ୍କ ପ୍ରତି ମୂର୍ତ୍ତୀ ଧୂପ ପୁଷ୍ପ ପ୍ରଦାନ କରି ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମନ୍ତ୍ରୀ ଚୌଧୁରୀ କହିଲେ ରାଜ୍ଯ ଅଳଗା ହୋଇପାରେ । ହେଲେ ମନ ଓଡିଶା, ଦେହ ଛତିଶଗଡ । ଓଡିଶା ଓ ଛତିଶଗଡ ମଧ୍ଯ ରେ ସାମାଜିକ, ଆଧ୍ଯାତ୍ମିକ ସଂପର୍କ ରହିଛି ବୋଲି ନିଜ ମତବ୍ଯକ୍ତ ରେ ପ୍ରକାଶ କରିଥିଲେ। ଉଦଯାପିତ କାର୍ଯ୍ୟକ୍ରମ ରେ ଭୁକ୍ତା କ୍ଷେତ୍ର ଅଘରିଆ ସମାଜ ର ସଭାପତି ଶ୍ଯାମଲାଳ ନାୟକ ଙ୍କ ସଭାପତିତ୍ବ ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ଯଅତିଥି ଭାବେ ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଇରାସିସ ଆଚାର୍ଯ୍ଯ ଯୋଗଦେଇ ଅଘରିଆ ସମାଜ ର ଅବଦାନ ଓ ଶିକ୍ଷା ବ୍ଯବସ୍ଥା ସଂପର୍କ ରେ ବିଶଦ ଭାବେ ଆଲୋକପାତ କରି କହିଲେ ତାଙ୍କ ସମାଜ ର ଲୋକେ ବହୁତ ପରିଶ୍ରମୀ, କର୍ମଠ, ନିଷ୍ଠା ଭାବେ କାମ କରିଥାନ୍ତି । ତାଙ୍କ ସମାଜିକ ବ୍ଯବସ୍ଥା ମହାନ ବୋଲି ନିଜ ବକ୍ତବ୍ଯ ରେ ପ୍ରକାଶ କରିଥିଲେ। ମୁଖ୍ଯବକ୍ତା ସମ୍ମାନୀତ ଅତିଥି ଭାବେ ଛତିଶଗଡ ରାୟଗଡ ଜିଲ୍ଲା ଅଘରିଆ ସମାଜ ଅଧ୍ଯକ୍ଷ ଭୁବନେଶ୍ବର ପଟେଲ, ଅଖିଲ ଅଘରିଆ ସମାଜ ରାୟଗଡ ଜିଲ୍ଲା ଉପାଧ୍ଯକ୍ଷ ଘେସମତୀ ପଟେଲ, ଜିଲ୍ଲାପରିଷଦ ସଭ୍ଯା ନୀଲ କୁମାର ନାୟକ, ଅଘରିଆ ସମାଜ ର ଛତିଶଗଡ ବରମକେଲା ଅଧ୍ଯକ୍ଷ ଚନ୍ଦ୍ର ଶେଖର ପଟେଲ, ଅଘରିଆ ସମାଜ ର ବରିଷ୍ଠ ସଦସ୍ଯ ଡଃ ଚିନ୍ତା ମଣୀ ପଟେଲ ପ୍ରମୁଖଯୋଗଦେଇଥିଲେ।ଅତିଥି ପରିଚୟ ପ୍ରଦାନ ଓ ସଭା ପରିଚାଳନା ମୀନାକ୍ଷି ନାୟକ।
ଏହି କାର୍ଯ୍ୟକ୍ରମ ରେ ଭୁକ୍ତା କ୍ଷେତ୍ର ଅଘରିଆ ସମାଜ ର ସଭାପତି ଶ୍ଯାମଲାଳ ନାୟକ, ସଂପାଦକ ଉଦ୍ଧବ ଚରଣ ନାୟକ, ଉପସଭାପତି ଚିତ୍ରସେନ ନାୟକ,କୋଷାଧ୍ୟକ୍ଷ ମନୋଜ କୁମାର ପଟେଲ, ଅଘରିଆ ସମାଜ ର କେନ୍ଦ୍ରୀୟ ସଦସ୍ଯ ଥଣ୍ତାରାମ ନାୟକ ସମେତ ଭୁକ୍ତା ଅଞ୍ଚଳ ର ୧୭ ଟି କ୍ଷେତ୍ର ର ୫୦ ଟି ଗାଁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷ ରେ ଅଧ୍ଯାପକ ଜଗଦୀଶ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।