Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣ୍ଡପରୁ ମାଆ ଦୁର୍ଗାଙ୍କ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରେ ଲୁଟ । ମଣ୍ଡପରୁ ଲୁଟି ନେଲେ ମାଆଙ୍କ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଏନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି ।

ଗତକାଲି ରାତିରେ ଭୋଜିଭାତ ସରିବା ପରେ କମିଟି ସଦସ୍ୟ ଓ ପୂଜକ ମନ୍ଦିର ଭିତରେ ଶୋଇଥିଲେ । ହଠାତ ରାତି ୨ଟା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ଖୋଲାଥିବା ଦେଖିଥିଲେ କମିଟି ସଦସ୍ୟ ଓ ପୂଜକ । ପରେ ଜାଣିବାକୁ ପାଇଥିଲେ ମାଆଙ୍କର ସମସ୍ତ ସୁନା ରୁପା ଅଳଙ୍କାର ଚୋରି ହୋଇଯାଇଛି । ଘଟଣା଼ ସଂପର୍କରେ କୋରାଇ ପୋଲିସକୁ ପୂଜକ ଓ ଶୋଇଥିବା କମିଟି ସଦସ୍ୟ ଜଣାଇଥିଲେ ।

ମାଆଙ୍କ ହାର, ମୁକୁଟ, ତ୍ରିଶୂଳ, କାନଫୁଲ, ନାକଫୁଲ ଇତ୍ୟାଦି ସୁନାରୁପା ଗହଣା ପାଖାପାଖି ୧୫ ଲକ୍ଷ ଟଙ୍କାର ଲୁଟ ହୋଇଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।