Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦୁର୍ଗାପୂଜା: ଛିଡ଼ିଲା ରାମଦୋଳି, ୩ ଆହତ

ରାଉରକେଲା: ରାଉରକେଲାରେ ଦୁର୍ଗାପୂଜା ସମୟରେ ଅଘଟଣ । ରାମଦୋଳି ଛିଡ଼ି ୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ରାଉରକେଲାର ଟେଲିଫୋନ ଭବନ ଦୁର୍ଗାପୂଜା ମଣ୍ଡପ ନିକଟରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ମହାଷ୍ଟମୀରେ ମାଆଙ୍କ ମଣ୍ଡପ ପାଖରେ ପ୍ରବଳ ଜନସମାଗମ ହୋଇଥିଲା । ଲୋକେ ମାଆଙ୍କ ଦର୍ଶନ କରିବା ସହ ମୀନାବଜାର ମଜା ଉଠାଉଥିଲେ । ବିଭିନ୍ନ ପ୍ରକାର ଦୋଳି ଖେଳିବା ସହ କିଣାବିକା ଚାଲିଥିଲା । ଏହି ସମୟରେ ରାମଦୋଳିଟି ଛିଡ଼ି ଯାଇଥିଲା । ଫଳରେ ଦୋଳିରୁ ଖସିପଡ଼ି ୩ ଜଣ ଆହତ ହୋଇଛନ୍ତି । ଅଘଟଣ ପରେ ଦୋଳିକୁ ବନ୍ଦ କରିଦିଆଯାଇଛି । କେଉଁ ପରିସ୍ଥିତିରେ ଦୋଳି ଛିଡ଼ିଲା ତାହାର ତନାଘନା ଆରମ୍ଭ କରିଛି ସେକ୍ଟର-୭ ଥାନା ପୋଲିସ ।