Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ହୀରାକୁଦରେ ହେବ କାର୍ତ୍ତିକେଶ୍ୱର ପୂଜା, ଗଠନ ହେଲା କମିଟି

ସମ୍ବଲପୁର /ହୀରାକୁଦ: ଜିଗଜାଗ କ୍ଲବ ପକ୍ଷରୁ ଚଳିତ ବର୍ଷ ୩୮ତମ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହେବ।ଏଥିପାଇଁ ମହେଶ୍ୱର ଷଣ୍ଢଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯିବା ସହ କଣ ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତାକୁ ନେଇ ରବିବାର ଧାର୍ଯ୍ୟ ହୋଇଛି।ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ ଛୋଟ ଛୁଆଙ୍କ ମାନଙ୍କ ପାଇଁ ଚିତ୍ରଙ୍କନ,ରଚନା,ସାଧାରଣ ଜ୍ଞାନ କାନ୍ଥଚିତ୍ରଏବଂ ମହିଳା ମାନଙ୍କ ପାଇଁ ଝୋଟି,ମ୍ୟୁଜିକ ଚେୟାର ମେହେନ୍ଧି ପତିଯୋଗିତା ଅନୁଷ୍ଠିତ ହେବ।ସେହିପରି ରାଜ୍ୟ ସ୍ତରୀୟ ଗୀତ ପ୍ରତିଯୋଗିତା ,ସୋଲୋ ଡ୍ୟାନ୍ସ, ଗ୍ରୁପ ଡାନ୍ସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ଏଥିରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ନଗଦ ପୁରସ୍କାର ରାଶି ମଧ୍ୟ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି। ନୂତନ କର୍ମକର୍ତ୍ତା ଭାବେ ମହେଶ୍ୱର ଷଣ୍ଢ ସଭାପତି, ଭଗବାନ ମୁଲି, କାର୍ତ୍ତିକ କଲେତ, ଅର୍ଜୁନ ସିଂ, ପ୍ରମୋଦ ଗର୍ତିଆ, ପବିତ୍ର ମିଶ୍ର ଉପ ସଭାପତି,କ୍ଷୀରୋଦ ଚନ୍ଦ୍ର ସାହୁ କାର୍ଯ୍ୟକାରୀ ସାହୁ,ହୃଦାନନ୍ଦ ସାହୁ ସମ୍ପାଦକ, ଲଳିତ ମୋହନ ପଟ୍ଟନାୟକ ସଂଗଠନ ସମ୍ପାଦକ,ସନ୍ତୋଷ ପାଳ ସାଂସ୍କୃତିକ ସମ୍ପାଦକ,ରଞ୍ଜନ ହୋତା ସାଂସ୍କୃତିକ ସହ ସମ୍ପାଦକ ଓ ସୁରେନ୍ଦ୍ର ସ୍ୱାଇଁ କୋଷାଧକ୍ଷ ମନୋନୀତ ହୋଇଥିବା ବେଳେ ମୃତ୍ୟୁଞ୍ଜୟ କାଞ୍ଜିଆ ଓ ସୁଜିତ ଭଞ୍ଜ ସହ କୋଷାଧକ୍ଷ ରୂପେ ମନୋନୀତ ହୋଇଛନ୍ତି। ପୂଜା ଆୟୋଜନ ପାଇଁ ୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ଶେଷରେ ପୂଜାକୁ ବହୁ ଆଡ଼ମ୍ବର ଓ ଶାନ୍ତିଶୃଙ୍ଖଳା ରେ ପାଳନ କରିବାକୁ ସ୍ଥିର କରାଯାଇ ସୁରେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଦେଇ ଦେଇଥିଲେ।