Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବୁର୍ଲା ଦୁର୍ଗା ମଣ୍ଡପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା କ୍ଷେତ୍ର ର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ଠାରେ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିବା ସହ ଆଧ୍ୟାତ୍ମିକ ପରିବେଶରେ ଦୁର୍ଗା ମା’ଙ୍କ ଆଶୀର୍ବାଦ ନେବାର ସାନ୍ନିଧ୍ୟ ଲାଭ କରିଥିଲେ । ମା’ଙ୍କ ଉପାସନା ଐତିହ୍ୟରେ ଶତାବ୍ଦୀ ଶତାବ୍ଦୀର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୌରବ ଲୁକ୍କାୟିତ । ମହାଶକ୍ତିଙ୍କ ଶ୍ରୀଚରଣରେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ ।ବୁର୍ଲାର ଅନେକ ଦୁର୍ଗାପୂଜା ମଣ୍ଡପରେ ଦଶଭୁଜା ମା’ ଦୁର୍ଗାଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲେ । ନାରୀ ଶକ୍ତିର ପ୍ରତୀକ ଭାବେ ପୂଜିତ ମା’ ଦୁର୍ଗା ସମସ୍ତଙ୍କ ଦୁଃଖ ହରଣ କରନ୍ତୁ, ଏହା କାମନା କରିଥିଲେ I ସର୍ବ ପ୍ରଥମେ ବୁର୍ଲା ପ୍ରବେଶ ପଥ ଏମ ସି ଏଲ ଠାରେ କେନ୍ଦ୍ର ମନ୍ତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ଓପଢୌକନ ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା I ଏହାପରେ ଶତାଧିକ ମୋଟର ସାଇକେଲ ରେ ବୁର୍ଲା କୁ ପାଛୋଟି ନିଆଗଲା Iଏହି ରାଲି ର ନେତୃତ୍ୱ ଶ୍ରୀ ଦେବାଶିଷ ନନ୍ଦ ଓ ରମାକାନ୍ତ ସାହୁ ନେଇଥିଲେ I ସ୍ଥାନୀୟ ନେତାଜୀ ଛକ ଠାରେ ଶତାଧିକ ମହିଳା ମାନେ କେନ୍ଦ୍ର ମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ I ସର୍ବପ୍ରଥମେ ନେତାଜୀ ଛକ ରେ ଥିବା ତାରିଣୀ ମନ୍ଦିର, ପରେ ନେତାଜୀ ଛକ ଦୁର୍ଗାପୂଜା ମଣ୍ଡପ, ମାର୍କେଟ ପୂଜା ମଣ୍ଡପ, ବାଙ୍ଗୀୟ ସମାଜ ପୂଜା ମଣ୍ଡପ, ସଦେଇପାଲି ପୂଜା ମଣ୍ଡପ, ଭାରତୀ କ୍ଲବ ପୂଜା ମଣ୍ଡପ ଓ ଶେଷରେ ପ୍ଲାନେଟୋରିଅମ ଛକ ପୂଜାମଣ୍ଡପ ରେ ପୂଜାର୍ଚନା କରିଥିଲେ Iଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସିମାଞ୍ଚଳ ଖଟେଇ, ପ୍ରସନ୍ନ କୁମାର ସାହୁ, ନମ୍ରସ କାନ୍ତ ପଟ୍ଟନାୟକ, ତରଣୀସେନ ଚାନ୍ଦ, ଭୀମ ପଟ୍ଟନାୟକ, ହରି ପଣ୍ଡା, ପ୍ୟାରୀ ମୋହନ ପୁଝାରୀ, ଜଗଜିତ ସିଂ, ରୋହନ ମିଶ୍ର, ତ୍ରିଲୋଚନ ସିଂ, ଲଳିତ ସ୍ୱାଇଁ, ତ୍ରାହିକର ଡୁଙ୍ଗୁରି,ଜିତୁ ଲାମା,ଶାନ୍ତି ମହାନ୍ତି,ରାଜକୁମାରୀ ନିଆଲ, ସୀତା ପ୍ରଧାନ, ଶାନ୍ତି ଲାମା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ ଜରିଥିଲେ I