Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ୟାଗ ପକ୍ଷରୁ ପବିତ୍ର ଗୋପବନ୍ଧୁ ଜୟନ୍ତୀ ୨୫ ରକ୍ତଦାତା ଓ ସମାଜସେବୀଙ୍କୁ ଗୋପବନ୍ଧୁ ସେବା ସମ୍ମାନ।

ସମ୍ବଲପୁର:ଅଗ୍ରଣୀ ସ୍ବେଚ୍ଛାସେବୀ ରକ୍ତଦାନ ସଂସ୍ଥା ତ୍ୟାଗ ପକ୍ଷରୁ ପବିତ୍ର ଗୋପବନ୍ଧୁ ୧୪୭ ତମ ଜୟନ୍ତୀ ପାଳନ ହୋଇଯାଇଛି । ଇନ୍ଦିରା କ୍ଲବ ପରିସରରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ଗୋପବନ୍ଧୁଙ୍କ ଫୋଟୋ ଚିତ୍ରରେ ମାଲ୍ୟା ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଗୋପବନ୍ଧୁ ଙ୍କ ତ୍ୟାଗ ସେବା ଓ ଆଦର୍ଶ ହିଁ ସମସ୍ତଂକ ସଙ୍କଳ୍ପ ହେଉ ବୋଲି ତ୍ୟାଗ ଓ ଇନ୍ଦିରା କ୍ଲବର ବରିଷ୍ଠ ସଭ୍ୟ ମାନେ କହିଥିଲେ । ରକ୍ତଦାନ ସେବା ଓ ଅନ୍ୟାନ୍ୟ ସମାଜ କଲ୍ୟାଣ କାର୍ଯ୍ୟ ଆହୁରି ବ୍ୟାପକ କରିବା ନେଇ ଆଲୋଚନା ହୋଇଥିଲା।ଅଧିକାରରୁ ଅଧିକ ଯୁବକ ଓ ଯୁବତୀଙ୍କୁ ଗୋପବାନ୍ଧୁ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ଆହ୍ଵାନ ଦିଆଯାଇଥିଲା । ଏ ଅବସରରେ ବିଗତ ୪୦ ବର୍ଷର ରକ୍ତଦାନସେବା , ବିଭିନ୍ନ ସାମାଜିକ କାର୍ଯ୍ୟ ଓ ୨୦୨୦ର ସମ୍ପୂର୍ଣ୍ଣ ଲକ୍ଡାଉନ୍ କୋଭିଡ ସମୟର ୭୦ ଦିନର ରନ୍ଧା ଖାଦ୍ୟ ବଣ୍ଟନ ଇତ୍ୟାଦି ବିଚାରକୁ ନେଇ ୨୧ ବରିଷ୍ଠ ସ୍ୱେଛାସେବୀ ରକ୍ତଦାତା ସମାଜସେବୀଙ୍କୁ ‘ ଗୋପବନ୍ଧୁ ସେବା ସମ୍ମାନ ‘ ପ୍ରଦାନ କରାଯାଇଥିଲା ! ତ୍ୟଗାର ମୂଖ୍ୟ ପୃଷ୍ଠପୋଷକ ସର୍ବ ଶ୍ରୀ ଶିବ ପାଢ଼ୀ, ବରିଷ୍ଠ ଡାକ୍ତର ବ୍ରଜ ମୋହନ ମିଶ୍ର, ଡାକ୍ତର ଶ୍ରୀବତ୍ସ ମହାପାତ୍ର, ଡାକ୍ତର ବିବି ପଣ୍ଡା, ଡାକ୍ତର ପ୍ରଦୀପ ମହାନ୍ତି, ଡାକ୍ତର ଶୁଶାନ୍ତ କର, ପ୍ରଫେସର୍ ସଂଯତ ସାହୁ, ବଶିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର, ସାମ୍ବାଦିକ କିଶୋର ସାହୁ, ସାମ୍ବାଦିକ ବୁନୁ ପଣ୍ଡା, ପଙ୍କଜ ମଜୁମଦାର, ରାଜେଶ ସାହୁ, ତପନ ବେହେରା,ଦଶରଥ ଦାସ, ଅରୁଣ ଶର୍ମା, ଲକ୍ଷ୍ମୀ ପ୍ରଧାନ, କାଳୁ ସ୍ୱାଇଁ , ଶିବ ସେଠି, ଶଙ୍କର ବଗର୍ତ୍ତି , ପ୍ରଶାନ୍ତ ମହାନ୍ତି,ପ୍ରକାଶ ଶତପଥୀ, ଶଙ୍କର ମେହେଟା, ବିରଞ୍ଚି ମହାପାତ୍ର, ବିଯିନ୍ଦର ଶର୍ମା,ମହେଶ୍ୱର ନାୟକ, ଲୋକନାଥ ଗେଜୋ, ବାବୁଲୁ ତ୍ରିପାଠି,ଡାଇରେକ୍ଟର ବେହେରା,ଭୁବନ ଡାଙ୍ଗ, ଦୁର୍ଗା ସାହୁ , ନମିତା ଦାଶ, ସ୍ମିତା ପାତ୍ର, ଡ ସନ୍ତୋଷ କାନୁନଗୋ,ବାବୁ ପଣ୍ଡା ପ୍ରମୁଖଙ୍କୁ ଗୋପବନ୍ଧୁ ସେବା ସମ୍ମାନ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲ। ଏ ଅବସରରେ ସେବା ହିଁ ବାସେ ଓ ରକ୍ତଦାନ ହିଁ ମାଧବ ସେବା ଶୀର୍ଷକ ତ୍ୟାଗର ରକ୍ତଦାନ ପ୍ରଚାର ପୁସ୍ତିକାକୁ ଓ ଅନ୍ୟତମ ପୁସ୍ତିକା ତ୍ୟାଗର ୪୦ ବର୍ଷର ରକ୍ତଦାନ ସେବା(୧୯୮୪-୨୦୨୪) ତ୍ୟାଗର ସଭାପତି ଦୁର୍ଗା ପାଢ଼ୀ ଉନ୍ମୋଚନ କରିଥିଲେ । ରାତିରେ ବୁର୍ଲା କେନସର ୱାର୍ଡ, ଟିବିଓ ଶିଶୁ ୱାର୍ଡ଼ ରେ ବିସ୍କୁଟ, ଫଳ ବଣ୍ଟନ କରାଯାଇଥିଲା । ବିଭିନ୍ନ ପଡା ର ବରିଷ୍ଠ ମହିଳାଙ୍କୁ ନୂତନ ଶାଢ଼ୀ ବି ଉପହାର ସ୍ୱରୂପ ଦିଆଯାଇଥିଲା ।ଏହାକୁ ବିରଞ୍ଚି ମହାପାତ୍ର, ଡ ସନ୍ତୋଷ କାନୁନଗୋ ଗୁଡୁ ଉପଲ, ଲକ୍ଷ୍ମୀ ପ୍ରଧାନ, ପ୍ରଭାକର ବେହେରା ସୁରିନ୍ଦର୍ ସିଂ, ସରୋଜ ତ୍ରିପାଠୀ,ପ୍ରଦୀପ ପଣ୍ଡା, ପ୍ରଶାନ୍ତ ମହାନ୍ତି, ବିଯିନ୍ଦର ଶର୍ମା, ଦଶରଥ ଦାସ, ବାଲା ମଜୁମଦାର, ପ୍ରଫୁଲ୍ଲ ଗୁରୁ,ଟୁଟୁ ନାୟକ ଅରୁଣ କୁମାର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପଙ୍କଜ ମଜୁମଦାର ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ