Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୟା ଦଶମୀରେ ବିକାଶ ଫାଉଣ୍ଡେସନ ପକ୍ଷରୁ “ଶିଶୁ କନ୍ୟା ଶୁଭ କଲ୍ୟାଣ ସମାରୋହ:କନ୍ୟା ରତ୍ନ ସବୁଠୁ ମହାନ ଓ ମୂଲ୍ୟବାନ

ସମ୍ବଲପୁର: ଅକ୍ଟୋବର ୨୦୨୪ : ନାରୀ ଜାତି ମହାନ ଜାତି।ସେମାନଙ୍କର ସହଯୋଗ ବିନା ସମାଜର ଉତଥାନ ଅସମ୍ଭବ । ସେମାନଙ୍କ ଠାରୁ ଜନ୍ମ ନେଉଥିବା ଶିଶୁ ବା ଶିଶୁକନ୍ୟା ରତ୍ନ ସଦୃଶ । କନ୍ୟା ରତ୍ନ ସବୁ ରତ୍ନ ମଧ୍ୟରେ ମୂଲ୍ୟବାନ । ସଠିକ୍ ପୋଷଣ ଦେବା ସହ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ଆମର ଗୁରୁ ଦାୟିତ୍ୱ । ଏହି ସମାଜିକ ସଚେତତନା ସୃଷ୍ଟି କରିବା ଲକ୍ଷ୍ୟରେ ଶନିବାର ପବିତ୍ର ବିଜୟା ଦଶମୀ ଏବଂ ଦଶହରା ଅବସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ସମ୍ବଲପୁର ଠାରେ “ଶିଶୁ କନ୍ୟା ଶୁଭ କଲ୍ୟାଣ ସମାରୋହ” ଅନୁଷ୍ଠିତ ହୋଇଯାଇଛି ।
ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ରଙ୍କ ସହିତ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ମୃଦୁଳା ଟି. ପ୍ରଧାନ ସମାରୋହକୁ ଉଦଘାଟନ କରିବା ସହ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟକୁ ଯାଇ କନ୍ୟା ସନ୍ତାନ ପ୍ରାପ୍ତି ମା’ମାନଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ ଘରେ କନ୍ୟା ସନ୍ତାନ ହେଲେ ଆମେ ବହୁତ ଆନନ୍ଦିତ ହେବା ଉଚିତ୍ । ଆମର ଝିଅମାନେ ହେଉଛନ୍ତି ଜଣେ ଜଣେ ଲକ୍ଷ୍ମୀ, ସରସ୍ୱତୀ ଓ ଦୁର୍ଗା ମଧ୍ୟ । ସେମାନଙ୍କୁ ଆଗକୁ ବଢିବା ପାଇଁ ଆମେ ସବୁବେଳେ ପ୍ରୋତ୍ସାହିତ କରିବା ଦରକାର ।
ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ମୃଦୁଳା କହିଛନ୍ତି ଯେଯେତେବେଳେ ମା’ ଦୁର୍ଗା ପୃଥିବୀ ପୃଷ୍ଠରେ ଧରାବତରଣ କରିଛନ୍ତି, ଆପଣମାନେ କନ୍ୟା ସନ୍ତାନର ମାତା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ସମ୍ବଲପୁର ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ ନବଜାତ ଶିଶୁକନ୍ୟାଙ୍କୁ ଧରାପୃଷ୍ଠକୁ ଆଣିଥିବା ମାତୃଶକ୍ତିମାନଙ୍କୁ ସମ୍ମାନ ଦେବା ଏବଂ ସାମାଜିକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।
ଝିଅମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ମା’ମାନଙ୍କୁ ପରାମର୍ଶ ଦେବା ସହ ସେ କହିଛନ୍ତି କନ୍ୟା ଜନ୍ମ ନେଲେ ସେହି ଦିବସଟିକୁ ଆମେ ଏକ ପର୍ବ ଭାବରେ ପାଳନ କରିବା ଦରକାର । ଏକବିଂଶ ଶତାବ୍ଦୀରେ ମହିଳାମାନେ ଦେଶ ଚଳାଉଛନ୍ତି । ବିଦେଶରେ ଭାରତର ନାମ ଉଜ୍ଜ୍ୱଳ କରୁଛନ୍ତି । ଆମ ମାଟିର ଝିଅ ଶ୍ରୀମତୀ ଦ୍ରୌପଦୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଛନ୍ତି । ସମାଜରେ ମହିଳା ଭାଗିଦାରୀ ଯେତେ ବଢିବ, ସମାଜ ସେତେ ସଶକ୍ତ ହେବ । ମହିଳାଙ୍କ ଉନ୍ନତିରେ ହିଁ ସମାଜର ପ୍ରଗତି ହେବ । ବେଟି ବଚାଓ, ବେଟି ପଢାଓ, ସୁକନ୍ୟା ସମୃଦ୍ଧି ଯୋଜନା ଶିଶୁକନ୍ୟାଙ୍କ ଭଭିଷ୍ୟତକୁ ସୁରକ୍ଷିତ କରିବାର ବଡ଼ ମାଧ୍ୟମ ହୋଇଛି । ବେଟି ବଚାଓ, ବେଟି ପଢ଼ାଓ ଏହା ଏକ ନାରା ନୁହେଁ ଏହା ଆମ କର୍ତ୍ତବ୍ୟ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଏହି କାର୍ଯ୍ୟକ୍ରମ ଏକ ଅଭିନବ ଥିଲା । ଆମ ଚାରିପଟେ ଥିବା ସମସ୍ତ କନ୍ୟା ସନ୍ତାନଙ୍କ ସୁରକ୍ଷାର ଦାୟିତ୍ଵ ଆମ ମାନଙ୍କର ହେବା ଦରକାର । ବିକାଶ ଫାଉଣ୍ଡେସନ ସର୍ବଦା ଝିଅମାନଙ୍କ ବିକାଶରେ କାର୍ଯ୍ୟ ସମ୍ପାଦନ କରିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷା କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ସମ୍ବଲପୁର ନର୍ଥ ଡିଭିଜନର ଆରଡିସି ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନର ମ୍ୟୁନିସିପାଲ କମିଶନର ଶ୍ରୀ ବେଦଭୂଷଣ ଏବଂ ଜିଲ୍ଲା ସିଡିଏମଓ ଡାକ୍ତର ସୁଜାତା ରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ