Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବ୍ୟଊର୍ଜା ଯୋଗ ସମିତି ପକ୍ଷରୁ ସ୍ୱତନ୍ତ୍ର ଯୋଗ ଶିବିର ଅନୁଷ୍ଟିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ପୌର ପରିଷଦ ସ୍ମାର୍ଟ ପାର୍କ ଯୋଗ ମଣ୍ଡପ ଠାରେ ଦିବ୍ୟଊର୍ଜା ଯୋଗ ସମିତି ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଏହି ଯୋଗ ଶିବିର କାର୍ଯ୍ୟକ୍ରମରେ ବଲାଙ୍ଗିର ଭାରତ ସ୍ବାଭିମାନ ପ୍ରଭାରୀ ଶ୍ରୀ ରଘୁ ଷଡ଼ଙ୍ଗୀ ଯୋଗ ଦେଇ ଯୋଗ ଓ ପ୍ରାଣାୟାମର ଅଭ୍ୟାସ, ବିଧି ତଥା ରୋଗର କାରଣ, ନିବାରଣ ଉପରେ ସୁଚନା ଦେଇଥିଲେ। ସୂର୍ଯ୍ୟ ନମସ୍କାର ଓ ଅନ୍ୟାନ୍ୟ ଜୀବନ ଶୈଳୀ ବିଷୟରେ ବିସ୍ତୃତ ଆଲୋଚନା କରି “କର ୟୋଗ ରହୋ ନିରୋଗ” ସ୍ଲୋଗାନ ଦେଇଥିଲେ। ଯୋଗୀ ମାନଙ୍କୁ ପ୍ରତ୍ୟେକ ଆସନ ପ୍ରାଣାୟମ ଅଭ୍ୟାସ କରାଇ ଏହାର ଉପକାରିତା ସଂପର୍କରେ ସୁନ୍ଦର ଶୈଳୀ ରେ ବୁଝାଇଥିଲେ। ଏହି ସୁନ୍ଦର ପାର୍କ ମନୋରମ ପରିବେଶ ଖୋଲା ଅକ୍ସିଜେନ୍ ର ସୁଯୋଗ ଲାଭ ଉଠାଇବାକୁ ସ୍ମାର୍ଟ ପାର୍କରେ ଯୋଗ କରି ନିଜେ ଫିଟ୍ ଓ ସ୍ମାର୍ଟ ହେବାକୁ ପରାମର୍ଶ କରିଥିଲେ। ମନ୍ଦିରରେ ଫୁଲ ଧୂପ ଭୋଗ ଚଢାଇ ପୂଜା କରିବା ଧର୍ମ ଠାରୁ ଏହି ମହତ୍ କାର୍ଯ୍ୟରେ ଅଧିକ ଲୋକଙ୍କୁ ଯୋଡ଼ି ସମସ୍ତଙ୍କୁ ସ୍ମାର୍ଟ ବନାଇ ପାରିଲେ ସୁସ୍ଥ ରଖି ପାରିଲେ ତା ଠୁଁ ଅଧିକ ଧର୍ମ ବୋଲି ପ୍ରେରଣା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ ରଘୁ ଷଡ଼ଙ୍ଗୀ ଙ୍କୁ ଦିବ୍ୟ ଊର୍ଜା ଯୋଗ ସମିତି ସଭାପତି ଗୋପାଳ ନେଗୀ ଓ ଶ୍ରିବନ୍ତ ମିଶ୍ର ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ଜିଲ୍ଲା ଯୋଗ ସମିତିର ଯୋଗ ଗୁରୁ ମନୋଜ୍ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ଉପସ୍ଥିତ ଶ୍ରୀଯୁକ୍ତ ରଘୁ ଷଡ଼ଙ୍ଗୀ ଓ ୟୋଗୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ