ବିନିକା ପ୍ରଜାପିତା ବ୍ରହ୍ମା କୁମାରୀ ନବ ନିର୍ମିତ ଭବନରେ ମେଗା ସ୍ବାସ୍ଥ୍ୟମେଳା


ସମ୍ବଲପୁର:ସୋମବାର ଦିନ ସୋନପୁର ଜିଲ୍ଲା ବିନିକା- ନିଳକଣ୍ଠ ନଗର ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟର ନବ ନିର୍ମିତ ଭବନରେ ଏକ ମେଗା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଅଛି ।
ସମ୍ବାଦର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ ।
ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମା କୁମାରୀ ସୁଶୀଳା ଭଉଣୀ ସଭାପତିତ୍ବ କରିଥିବା ବେଳେ ସ୍ଥାନ ଓ ଭବନ ନିର୍ମାଣ କରିଥିବା ବି.କେ- ବିକାଶ ଭାଇ ସଭା ସଂଚାଳନ କରିଥିଲେ ଓ ବି.କେ ସତ୍ୟଭାମା ଭଉଣୀ ସହଯୋଗ କରିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ବେଣୁଧର ପାଣ୍ଡେ, ଡାକ୍ତର ଅଶ୍ବିନୀ ପୁଜାହାରୀ, ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା,ଆଦି ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତ ଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ ଓ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା ।
ଏହି ସ୍ବାସ୍ଥ୍ୟ ମେଳାରେ ଦୁଇ ଶହ ରୁ ଅଧିକ ବ୍ୟକ୍ତି ଉପକୃତ ହୋଇଥିଲେ।
ଏଥିରେ ସମ୍ବାଦ ର ବିନିକା ପ୍ରତିନିଧି ଅକ୍ଷୟ ପୂଜାହାରୀ,ବରଗଡ଼ ପ୍ରତିଦିନ ର ଜିଲ୍ଲା ପ୍ରତିନିଧି ତୁଳସୀ ଚରଣ ଦାଶ, ବ୍ରହ୍ମା କୁମାରୀ ବିନକା ଶାଖା ର ସମସ୍ତ ଭାଇ ଭଉଣୀ ପ୍ରମୁଖ ଯୋଗ ଦେଇଥିଲେ।