Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃପାଳୁ ଜୀ ମହାରାଜଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ମହୋତ୍ସବ

ସମ୍ବଲପୁର: ବୁଧବାର ଦିନ ସ୍ଥାନୀୟ ରାଧାରାଣୀ ବିହାର ସ୍ଥିତ ବ୍ରଜଗୋପିକା ଧାମ ଠାରେ ବିଶ୍ବ ର ପଞ୍ଚମ ମୂଳ ଜଗତଗୁରୁ ଶ୍ରୀ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ପ୍ରାତଃ ୭ ଘଟିକାରୁ ଶ୍ରୀ ମହାରାଜ ଜୀଙ୍କ ଆରତୀ କରାଯାଇ ସତସଙ୍ଗୀ ମାନଙ୍କ ଦ୍ଵାରା ସ୍ବତନ୍ତ୍ର ଭଜନ କୀର୍ତ୍ତନ କରାଯାଇଥିଲା । ଏହାପରେ ସକାଳ ୧୦ ଟାରୁ ଅପରାହ୍ନ ୦୧ ଟା ପର୍ଯ୍ୟନ୍ତ ଶ୍ରୀ ମହାରାଜ ଜୀ ଙ୍କର ରୂପଧ୍ୟାନ ସଂକିର୍ତ୍ତନ ସହିତ ଅଭିଷେକ ପୂଜନ ମହା ଆରତୀ ମହାଭୋଗ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଜଗତର କଲ୍ୟାଣ ପାଇଁ ଶ୍ରୀ ମହାରାଜ ଙ୍କ ଠାରେ ପ୍ରାର୍ଥନା କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିରଞ୍ଚି ନାରାୟଣ ସାହା, ସୌକିଲାଲ ତ୍ରିପାଠୀ, ପଞ୍ଚାନନ ମିଶ୍ର,ନରସିଂହ ପାଣିଗ୍ରାହୀ, ଗତିକୃଷ୍ଣ ଦାଶ, ପ୍ରଦୀପ ଶତପଥି, ଜ୍ଞାନ ରଞ୍ଜନ ପଟ୍ଟନାୟକ, ରବିନାରାୟଣ ସାହୁ, ମହାଦେବ ମେହେର,ଗରୁଡ ଧ୍ଵଜ ପାଣିଗ୍ରାହୀ, କୃପାସିନ୍ଧୁ ଗୁରୁ, ଦାମୋଦର ମିଶ୍ର,ଶ୍ରୀକାନ୍ତ କର, ମନୋରଞ୍ଜନ ବଡ଼ପଣ୍ଡା,ବିନୋଦ ମହାରଣା,କୂଳମଣୀ ଭୋସାଗର, ରେଖା ମେହେର, କ୍ଷିରାବ୍ଧୀ ଶତପଥୀ, ବିଣାପାଣି ପଟ୍ଟନାୟକ,ସୁଷମା ଦାଶ,ଝୁନୁ ସାହୁ,ପିଙ୍କୀ ମିଶ୍ର ,ଆରତୀ ମହା ମଲ୍ଲିକ,କୀରନ ଝା,କୁମୋଦିନୀ ବେହେରା, ମେଦିନୀ ଦାଶ ଓ ଆହୁରି ଅନେକ ବ୍ରଜ ପରିବାର ର ଭାଇ ଭଉଣୀ ଯୋଗଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ