Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିଜିତ ରାଜ୍ୟସ୍ତରୀୟ ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ଉତ୍ସବ ସ୍ବାସ୍ଥ୍ୟମେଳା, ରକ୍ତଦାନ ଶିବିର ସହ କବିତା ପାଠୋତ୍ସବ ଓ ସ୍ମୃତି ସଭା

ସମ୍ବଲପୁର:ସୋମବାର ଦିନ ସୋନପୁର ଜିଲ୍ଲା ବିନିକା ଠାରେ ଅଭିଜିତ ରାଜ୍ୟସ୍ତରୀୟ ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।
ସ୍ବର୍ଗତ ଅଭିଜିତ ପୂଜାହାରୀ ଥିଲେ ବହୁମୁଖି ପ୍ରତିଭାର ଅଧିକାରୀ, ଭବିଷ୍ୟତ ରେ ଏକ ପ୍ରଶାସନିକ ଅଧିକାରୀ ଆଇ.ଏ.ଏସ୍. ହେବା ଲକ୍ଷ୍ୟ ରଖିଥିବା ଯୁବକଙ୍କ ଗତ ୨୦୨୧ ରେ ଡେଙ୍ଗୁ ଜ୍ବର ରେ ପିଡୀତ ହୋଇ ମୃତ ବରଣ କରିବାରୁ ପରିବାର ସମେତ ସମଗ୍ର ଜିଲ୍ଲା ବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ସ୍ବର୍ଗତ ଅଭିଜିତ ଙ୍କୁ ଅମର ରଖିବା ପାଇଁଁ ପ୍ରତିବର୍ଷ ମେଗା ସ୍ବାସ୍ଥ୍ୟମେଳା,ରକ୍ତଦାନ ଶିବିର, ସାହିତ୍ୟ ସମାରୋହ ଆଦି ଏକ ସ୍ମୁତି କମିଟି ଗଠନ କରି ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସ୍ମୃତି କମିଟି ସଭାପତି ଅର୍ଚ୍ଚନା ପୁଜାହାରୀ ଙ୍କ ସୂତ୍ରରୁ ପ୍ରକାଶ ।
ଆଜିର ଏହି କାର୍ଯ୍ୟକ୍ରମ ଡାକ୍ତର ଅଶ୍ବିନୀ ପୁଜାହାରୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ଖବରକାଗଜ ର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ଡାକ୍ତର ବେଣୁଧର ପାଣ୍ଡେ, ତହସିଲଦାର ସୀତାରାମ ଭୋଇ, ଦୁର୍ଗା ପୂଜା କମିଟି ସଭାପତି ସନ୍ତୋଷ ପଣ୍ଡା,ସ୍ମୃତି କମିଟି ଆଇନ୍ ପରାମର୍ଶ ଦାତା ବୃନ୍ଦାବନ ମିଶ୍ର ଯୋଗଦେଇ ରକ୍ତଦାତା ଓ ବୁର୍ଲା ଭିମସାର ରୁ ଆସିଥିବା ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ସଂସଦର ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ପୁଜାହାରୀ, ସମ୍ପାଦିକା ତନ୍ମୟୀ ଅଗସ୍ତି, ଡାକ୍ତର ଅଲେଖ ମହାରଣା, ପ୍ରିୟ ଦର୍ଶିନୀ ମିଶ୍ର, ମଞ୍ଚାସିନ ରହି କବିତା ପାଠୋତ୍ସବ କୁ ସଂଚାଳନ କରିଥିଲେ ।
ବୁର୍ଲା ଭୀମସାର ରୁ ଆସିଥିବା ଡାକ୍ତର ଶଙ୍କର ରାମଚନ୍ଦାନୀ, ଡାକ୍ତର ରଜତ ଶର୍ମା, ଡାକ୍ତର ପୁଷ୍ପକ ରଞ୍ଜନ ମିଶ୍ର, ଡାକ୍ତର ପ୍ରତିମା ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ରାଜ୍ୟର ତଥା ରାଜ୍ୟ ବାହାରୁ ଆସିଥିବା କବି କବୟିତ୍ରୀ ମାନଙ୍କୁ ଉପଢୌକନ, ମାନପତ୍ର , ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ପ୍ରତିନିଧି ଅକ୍ଷୟ ପୂଜାହାରୀ,ବରଗଡ଼ ରୁ ପ୍ରତିଦିନ ର ଜିଲ୍ଲା ପ୍ରତିନିଧି ତୁଳସୀ ଚରଣ ଦାଶ, ବଲାଙ୍ଗୀର ରୁ ପ୍ରିୟ ଦର୍ଶିନୀ ମିଶ୍ର, ଜ୍ଞାନ ରଞ୍ଜନ ପଣ୍ଡା, ଗଞ୍ଜାମ ରୁ ମମତା କୁମାରୀ ସୁଆର ରାଜଗାଙ୍ଗପୁର ରୁ ଡାକ୍ତର ପବିତ୍ର ସାହୁ, ସୈଳଜା ସାହୁ ଓ ଆହୁରି ଅନେକ କବି କବୟିତ୍ରୀ ଯୋଗଦେଇଥିଲେ ।ଶେଷରେ ଡାକ୍ତର ରାଜଲକ୍ଷ୍ମୀ ପୁଜାହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ