Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜେପି ର ସଦସ୍ୟତା ଅଭିଯାନ ନେଇ କର୍ମଶାଳା ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ବିଜେପି ର ସଦସ୍ୟତା ଅଭିଯାନ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ । ଅଞ୍ଚଳ ର ବହୁ ଯୁବକ ଯୁବତୀ ଙ୍କୁ ଦଳ ର ସଦସ୍ୟ କରାଇଥିଲେ । ସାଂସଦ ପଣ୍ଡା ଏହି ଅବସରରେ କହିଛନ୍ତି ଯେ ଦେଶର ବର୍ତ୍ତମାନ ବିଜେପିର ସଦସ୍ୟତା ଅଭିଯାନ ଚାଳିଥିବା ବେଳେ ଚଳିତ ବର୍ଷ ସର୍ବମୋଟ ବିଜେପି ସଦସ୍ୟତା ସଂଖ୍ୟା ୧୧ କୋଟି ଟପିବା ସହ ବିଜେପି ବିଶ୍ଵର ସର୍ବବୃହତ ରାଜନୈତିକ ଦଳ ହେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପିର ଡବଲ ଇଞ୍ଜିନ ସରକାର ରାଜ୍ୟକୁ ଆଗକୁ ବଢ଼ାଉଛି । ବିଜେପି ଦଳରେ ଲୋକେ ଉତ୍ସାହର ସହିତ ଯୋଡି ହେଉଛନ୍ତି। ଅନ୍ୟପକ୍ଷରେ ବିଜେପି ଦଳରେ ନୂତନ କରି ୧୦୦ ଜଣକୁ ଯୋଡ଼ିଥିବା ସକ୍ରିୟ ସଭ୍ୟ ସଭ୍ୟାଙ୍କା ଙ୍କୁ ସାଂସଦ ସାକ୍ଷାତ କରି ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନିଲ ବେହେରା, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସମିର ରଞ୍ଜନ ବାବୁ, ବରିଷ୍ଠ ବିଜେପି ନେତା ଡକ୍ଟର ପ୍ରମୋଦ ରଥ, ରାଧେଶ୍ୟାମ ବାରିକ, ମାନସ ରଞ୍ଜନ ବକ୍ସି, ଫଣୀ ଭୂଷଣ ମିଶ୍ର, ଅରୁଣ କୁମାର ଦାସ, କ୍ରିଷ୍ଣା ମହାକୁଡ଼, ଶିବ ଦିୱାନ, ସୌମିତ୍ର ଜତି, ସନ୍ତୋଷ ଡାଲୁଆ, ଶ୍ୟାମ ଗୁରୁ, ପୁଷ୍ପାଞ୍ଜଲି ଜେନା, ସରୋଜିନୀ ବନଛୋର, ମଞ୍ଜୁଳା ଓରାମ, ଭବାନୀ ଦୁଷର, ରିଙ୍କି ସାହୁ, ଅଞ୍ଜଲି ଛୁରା, ସ୍ନିଗ୍ଧାଶ୍ରୀ ମିଶ୍ର, ଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଗଣ ଉପସ୍ଥିତ ରହିଥିଲେ ।