ସମ୍ବଲପୁର: ଦିଲ୍ଲୀ ସ୍ଥିତ ଦିଲ୍ଲୀ ହାଟ ଆଇଏନଏ ଠାରେ ଡିଆଇଇଇଏଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଅନ୍ତରାଷ୍ଟ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ହୀରାକୁଦର ଏକ ସାଂସ୍କୃତିକ ଦଳ ଖୁବ ପ୍ରଶଂସିତ ହୋଇଛି।।ଏଥିରେ ଉକରେନିଆ, ମାଲେସିଆ , ଇରାନ ଓ ଭାରତର ପ୍ରତିଯୋଗି ମାନେ ଅଂଶଗ୍ରହଣ କରିଥିଲେ। ଆମ ଭାରତରୁ ମଧ୍ୟ ବିଭିନ୍ନ ରାଜ୍ୟରୁ ପ୍ରତିଯୋଗି ମାନେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ଓଡିଶାରୁ ଏକ ମାତ୍ର ଟିମ ‘ଜ଼ିଗ ଜାଗ-ଦ ବର୍ନ ଅଫ ଆର୍ଟ’ ଅଂଶ ଗ୍ରହଣ କରିଥିଲା ଏବଂ ଉତ୍କୃଷ୍ଟ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରି ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିଲା। ଆନ୍ତର୍ଜାତୀୟ ସ୍ତରରେ ଆୟୋଜିତ ଉତ୍ସବରେ ଓଡିଶା ର କଳା ସଂସ୍କୃତି କୁ ବଜାୟ ରଖିବାରେ ଓ ଓଡ଼ିଶାକୁ ଗର୍ବିତ କରିବାରେ ଏହି ଦଳ ସକ୍ଷମ ହୋଇପାରିଛି ।ଅନୁଷ୍ଠାନର ସଭାପତି କାର୍ତ୍ତିକ କଲେତ ପ୍ରତିଯୋଗୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ କାର୍ଯ୍ୟକର୍ତ୍ତା ଓ ସହଯୋଗର ହାତ ବଢ଼ାଇ ଥିବାରୁ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼,ହୀରାକୁଦ କୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି।