Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଓଡ଼ିଶାରେ ଆରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍‌ ରନ୍‌

ଭୁବନେଶ୍ୱର: ହାୱଡା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍‌ ରନ୍‌ ଶୁକ୍ରବାର ସକାଳ ୬.୧୦ ରେ ଆରମ୍ଭ ହୋଇଛି। କାର୍ଯ୍ୟସୂଚୀ ଅନୁଯାୟୀ, ଏହି ହାଇ ସ୍ପିଡ୍ ଟ୍ରେନ୍ ସକାଳ ୬.୧୦ ରେ ହାୱଡା ଛାଡି ଦିନ ୧୨.୩୫ ରେ ପୁରୀରେ ପହଞ୍ଚିବାର ଯୋଜନା ରହିଛି। ଭୁବନେଶ୍ବରରେ ୨ ମିନିଟର ରହଣୀ ପରେ ପୁଣି ପୁରୀ ଅଭି‌ମୁଖେ ବାହାରିବ । ଦିନ ୧୨ଟା ୩୫ରେ ପୁରୀ ପହଞ୍ଚିବ । ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରେ କିଛି ସମୟ ରହିବା ପରେ ଅପରାହ୍ନ ୧ଟା ୫୦ରେ ହାୱଡା ଅଭିମୁଖେ ବାହାରିବ। 

ସୂଚନା ଅନୁଯାୟୀ, ମେ ମାସରେ ଏହି ନବମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।