Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଓଡ଼ିଶା, ନବୀନ ଓଡ଼ିଶାର ବଦଳିବ ନାଁ ହେବ ବିକଶିତ ଗାଁ, ବିକଶିତ ଓଡିଶା

ସମ୍ବଲପୁର:ଓଡ଼ିଶାରେ ଚାଲିଛି ପରିବର୍ତ୍ତନର ନୂଆ ଧାରା । ବିଜେଡି ଶାସନରେ ଥିବା ଅନେକ ଯୋଜନାର ନାମ ପରିବର୍ତ୍ତନ ହେବାରେ ଲାଗିଛି । ବର୍ତ୍ତମାନ ଏହି ପୂର୍ବ ସରକାରଙ୍କର ଆଉ ଏକ ଯୋଜନାର ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ନୂଆ ସରକାର । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ନାଁ ପରିବର୍ତ୍ତନ କରାଯିବା ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।ନବୀନ ବାବୁଙ୍କ ଯୋଜନା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ନାଁରେ ପରିବର୍ତ୍ତନ କରାଯିବା ନେଇ ଘୋଷଣା କରାଯାଇଛି।ଏଣିକି ଏହି ଯୋଜନାର ନୂଆ ନାମ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଏ ନେଇ ଆଗାମୀ ୨ ଦିନ ଭିତରେ ଗାଇଡଲାଇନ୍ ଜାରି କରାଯିବ । ଏହି ଯୋଜନା ଅଧୀନରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବା ସହ ପଞ୍ଚାୟତର ପ୍ରତିନିଧି ମାନଙ୍କୁ କ୍ଷମତା ପ୍ରଦାନ କରାଯିବ । ପ୍ରତ୍ୟେକ ଗ୍ରାମର ବିକାଶ ପାଇଁ ଲୋକମାନଙ୍କ ପ୍ରସ୍ତାବ ଗ୍ରହଣ କରାଯିବ । ଲୋକମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବ ଅନୁସାରେ ହିଁ ଗ୍ରାମର ବିକାଶ ବ୍ୟବସ୍ଥା ଆଗକୁ ନେବେ ସରକାର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ