୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଉଡିବ ବିମାନ


ଭୁବନେଶ୍ବର : ଧୀରେ ଧୀରେ ବଦଳୁଛି ଓଡ଼ିଶାର ରୂପରେଖ। ବିଶ୍ବସ୍ତରରେ ଚାଲିଛି ଓଡ଼ିଶାର ବିକାଶ। ଏ ନେଇ ପ୍ରୟାସ ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ଭୁବନେଶ୍ବରରୁ ସିଧା ବିଦେଶ ଉଡିବ ବିମାନ। ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଉଡାଣ ଭରିବ ବିମାନ। ଜୁନ ୩ରୁ ସପ୍ତାହକୁ ଦୁଇଥର ଉଡାଣ ଭରିବ ଇଣ୍ଡିଗୋ ।

ସିଙ୍ଗାପୁର ଓ ବ୍ୟାଙ୍କକ ଯିବାକୁ ଚାହୁଁଥିବା ଯାତ୍ରୀଙ୍କ ଲାଗି ଏହା ଖୁସି ଖବର। ଖୁବଶୀଘ୍ର ଆରମ୍ଭ ହେବ ଟିକେଟ୍ ବିକ୍ରି। ଯିବା ଆସିବା ପାଇଁ ଟିକେଟ୍ ମୂଲ୍ୟ ୧୫ହଜାର ରହିଛି । ଏହି ବିମାନ ସେବା ପର୍ଯ୍ୟଟନ, ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ ଓ ଅଧିକ ନିବେଶ ଉପରେ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ମିଳବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏ ନେଇ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି 5T ସଚିବ ।