ବିଦ୍ୟୁତ୍ ଚୋରି ଅଭିଯୋଗରେ ଜୟ ମାତାଦି ଆଇସ୍କ୍ରିମ୍ କାରଖାନାର ମାଲିକଙ୍କ ନାମରେ ମାମଲା


ସମ୍ବଲପୁର:ଟି.ପି.ଡବ୍ଲୁ-ଓ-ଡି.ଏଲ୍ ସର୍ବଦା ଉତ୍ତମ ଓ ଗୁଣାତ୍ମକମାନର ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ପ୍ରତିଶୃତି ବଦ୍ଧ । ମାତ ଏହି ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇବା ପରିପେକ୍ଷିରେ କେତେକ ଅସାଧୁ ବ୍ୟକ୍ତିମାନେ ଅନୈତିକ ଉପାୟରେ ବିଦ୍ୟୁତ୍ ଚୋରି କରି ବାଧକ ସୃଷ୍ଟି କରିଥାନ୍ତି । ବିଦ୍ୟୁତ୍ ଚୋରି ଓ ଏହାର ବେଆଇନ୍ ବ୍ୟବହାରକୁ ରୋକିବା ପାଇଁ ଟି⋅ପି-ଡବ୍ଲୁ-ଓ-ଡି-ଏଲ୍ ପକ୍ଷରୁ ଯାଞ୍ଚ ଓ ଧରପଗଡ ଅଭିଯାନ ରିତିମତ କରାଯାଇଥାଏ । ଏହି କ୍ରମରେ, ଗତ ତା ୦୫-୧୦-୨୦୨୪ ରିଖ ଦିନ ବଲାଙ୍ଗୀର ଜିଲା ଅନ୍ତର୍ଗତ ଟିଟିଲାଗଡ ବିଦ୍ୟୁତ୍ ଡିଭିଜନ୍ ଅଧୀନସ୍ଥ ଦମେଇପାଲି ଗାମରେ (ଥାନା ଲରମ୍ଭା) ଥିବା ଜୟ ମାତାଦି ଆଇସ୍‌କ୍ରିମ୍ କାରଖାନାରେ ରାତ୍ରିରେ ଅତର୍କିତ ଚଢାଉ ଓ ଯାଞ୍ଚ କରାଯାଇ ଥିଲା । ଏହି ସମୟରେ ଜଣା ପଡିଲା ଯେ, ଉକ୍ତ ଆଇସ୍‌କିମ୍ କାରଖାନାରେ ନିକଟସ୍ଥ ବିଦ୍ୟୁତ୍ ଖୁଣ୍ଟରୁ ବେଆଇନ ଭାବେ ହୁକିଂ କରି ବିଦ୍ୟୁତ୍ ବ୍ୟବହାର କରି କାରଖାନାରେ ଥିବା ଯନ୍ତ୍ରପାତି ଚଲାଇଛନ୍ତି । ବେଆଇନ୍ ବିଦ୍ୟୁତ୍ ବ୍ୟବହାର କରୁଥିବାରୁ ତାଙ୍କର ବ୍ୟବହାରିକ ଲୋଡ୍ ପୁନଃ ଅନୁମାନ କରାଯାଇ ମୋଟ୍ ୧୬ କି-ଓ୍ବାଟ୍ ଲୋଡ୍ ବୃଦ୍ଧି କରାଯାଇ ତାଙ୍କ ଉପରେ ୩୫ ଲକ୍ଷ ଟଙ୍କା ଜୋରିମାନା ଧାଯ୍ୟ କରାଯିବା ସହିତ ଏହାର ମାଲିକ ମନୋଜ କୁମାର ପଟେଲଙ୍କ ବିରୁଦ୍ଧରେ ନିକଟସ୍ଥ ଲରମ୍ଭା ଥାନାରେ କେସ୍ ନଂ- ୦୨୨୧. ତା. ୧୭:୧୦-୨୦୨୪ ରିଖରେ ଭାରତୀୟ ନ୍ୟାୟ ସଂହିତା ଧାରା ୩୦୩(୨) ଏବଂ ବିଦ୍ୟୁତ୍ ଆଇନ ୨୦୦୩ର ଧାରା ୧୩୫ ରେ ଏକ ମାମଲା ରୁଜ୍ଜୁ କରାଯାଇଛି।