Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱର୍ଣ୍ଣ ବିଜେତା ରୋହିତଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର /ବରଗଡ଼: ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ର ରୋହିତ ମାଝୀ ସ୍କୁଲ ଗେମ୍ସ୍ ଫେଡେରେଶନ୍ ଅଫ୍ ଇଣ୍ଡିଆ ତରଫରୁ ପୁରୀ ଜିଲ୍ଲା ସ୍କୁଲରେ ହୋଇଥିବା ଅଣ୍ଡର୍ ୧୭ ତାଇକ୍ବୋଣ୍ଡୋ ଇଭେଣ୍ଟ୍ ରେ ସ୍ବର୍ଣ୍ଣ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଜାତୀୟ ସ୍ତରକୁ ଉନ୍ନୀତ ହୋଇ ମଧ୍ୟପ୍ରଦେଶରେ ହେବାକୁ ଥିବା ଜାତୀୟ ଇଭେଣ୍ଟ୍ ରେ ଯୋଗଦାନ କରିବେ । ପୁରୀ ଜିଲ୍ଲା ସ୍କୁଲରୁ ଫେରିବା ପରେ ସୋମବାର ପୂର୍ବାହ୍ନରେ ରୋହିତ ମାଝୀଙ୍କ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ବ୍ଲକ୍ ଶିକ୍ଷାଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ରହି ଶ୍ରୀ ମାଝୀଙ୍କୁ ଉତ୍ସାହିତ କରିବା ସହିତ ପିଲାମାନଙ୍କୁ ଏହି ଭଳି କୃତିତ୍ୱ ର ଅଧିକାରୀ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭା କୁ ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ହରିଶ ପାତ୍ର, ଶ୍ରୀମତୀ ପଦ୍ମଜା ପତି, ଶ୍ରୀମତୀ ସଞ୍ଜୁବାଳା ପୃଷ୍ଟି, ମାନସ ଜାଲ ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରୀୟ ସହଯୋଗ କରି ଛାତ୍ର ରୋହିତ ମାଝୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଶ୍ରୀ ସାହୁ ଏହି କୃତିତ୍ୱ ଅର୍ଜନର ଶ୍ରେୟ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ