Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଇତିଶ୍ରୀ, ବେବିନା, କୁନ୍ଦୁଲି ପୀଡ଼ିତା, ମାଧବିଲତା, ମମିତା ମେହେର ଓ ପରୀ ହତ୍ୟାକାଣ୍ଡ ଭଳି ଘଟଣାରେ ନବୀନ ବାବୁ କେତେ ଥର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି? ପ୍ରଶ୍ନ କଲେ କୁସୁମ ଟେଟେ

ସମ୍ବଲପୁର:ଦୀର୍ଘ ୨୪ ବର୍ଷ ଶାସନରେ ବଳାତ୍କାରୀଙ୍କୁ ସୁରକ୍ଷା ଦେବାରେ ପିଏଚଡି କରିଥିବା ନବୀନ ବାବୁ କୁଚିଣ୍ଡା ଘଟଣାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ବାଚାଳାମି କରୁଛନ୍ତି ବୋଲି ବିଜେଡି ନେତ୍ରୀଙ୍କ ପ୍ରତ୍ୟୁତ୍ତରରେ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ରାଜ୍ୟ ବିଜେପି ଉପସଭାପତି କୁସୁମ ଟେଟେ ।
ସେ କହିଛନ୍ତି ଯେ ସମ୍ବଲପୁର କୁଚିଣ୍ଡା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଅପରାଧୀଙ୍କୁ ଗିରଫ କରାଯାଇଛି । ଭାରତୀୟ ଜନତା ପାର୍ଟି ସରକାରରେ ମହିଳାଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଏହି ଘଟଣାରେ କୌଣସି ଅପରାଧୀଙ୍କୁ ଛଡାଯିବ ନାହିଁ । ଦୋଷୀ ଯେ କେହି ହୁଅନ୍ତୁ ନା କାହିଁକି, ତାଙ୍କୁ ଛଡାଯିବ ନାହିଁ । ଭାରତୀୟ ଜନତା ପାର୍ଟି ମହିଳାଙ୍କ ସୁରକ୍ଷା ନେଇ ଯେଉଁ କଥା କହିଆସିଛି, ତାହାକୁ କାମରେ ମଧ୍ୟ କରି ଦେଖାଇଛି । ୨୪ ବର୍ଷ ଶାସନରେ ଯେ ଅପରାଧୀଙ୍କୁ ଛାଡି ଦେଉଥିଲେ, ସେ ଦଳର ମୁଖିଆ ନବୀନ ବାବୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ବାଚାଳାମି କରୁଛନ୍ତି ।
ବିଜେଡି ସରକାର ସମୟରେ ଗଣ ବଳାତ୍କାର, ଦୁଷ୍କର୍ମ, ବ୍ୟଭିଚାର ଭଳି ଅନେକ ମହିଳା ବିରୋଧୀ ହିଂସାକାଣ୍ଡ ଘଟିଛି । କିନ୍ତୁ ସମ୍ବେଦନହୀନ ବିଜେଡି ସରକାର ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସମେତ କୌଣସି ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦ ପୀଡିତାଙ୍କୁ ଭେଟୁନଥିଲେ । ତାଙ୍କ ନେତା ମନ୍ତ୍ରୀ ମାନେ ଇତିଶ୍ରୀ ଠାରୁ ଆରମ୍ଭ କରି ବେବିନା, କୁନ୍ଦୁଲି ପୀଡ଼ିତା, ମାଧବିଲତା, ମମିତା ମେହେର ଓ ପରୀ ହତ୍ୟାକାଣ୍ଡ ଭଳି ଘଟଣାରେ ସମ୍ପୃକ୍ତ । ବିଜେଡି ଦଳରେ ଅନେକ ନେତ୍ରୀଙ୍କୁ ମଧ୍ୟ ଅସଦାଚାରଣ କରାଯାଉଥିବା ଅନେକ ଥର ଅଭିଯୋଗ ହୋଇଛି । ଏହି ସମୟରେ ନବୀନ ବାବୁ କେତେ ଥର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି ? ଅପରାଧକୁ ପ୍ରୋତ୍ସାହନ ଏବଂ ଅପରାଧୀଙ୍କୁ ସୁରକ୍ଷା ଦେବାରେ ନବୀନ ବାବୁ ତତ୍ପରତା ଦେଖାଉଥିଲେ । କିନ୍ତୁ ଏବେ ବିଜେପି ସରକାରରେ କୁଚିଣ୍ଡା ଘଟଣାରେ ପୋଲିସ ତତ୍ପରତା ଦେଖାଇ ଥିଲେ ସୁଦ୍ଧା ହୀନ ରାଜନୀତି କରିବା ପାଇଁ ବିଜେଡି ଦଳ ପ୍ରୟାସ କରୁଛି । ବିଜେଡି ଶାସନରେ ଆଇନ ତା ବାଟରେ ଯିବାର ଅର୍ଥ ଥିଲା ଅଭିଯୁକ୍ତକୁ ସୁରକ୍ଷା ଦେବା କିନ୍ତୁ ବିଜେପି ସରକାରରେ ବର୍ତ୍ତମାନ ଆଇନ ତା ବାଟରେ ଯିବା ଅର୍ଥ ଅଭିଯୁକ୍ତ ତୁରନ୍ତ ଗିରଫ ବୋଲି ବିଜେପି ରାଜ୍ୟ ଉପସଭାପତି କହିଛନ୍ତି ।