Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ତୋଷ କୁମାର ପଧାନଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ

ସମ୍ବଲପୁର:ମାଲେସିଆ ର ରାଜଧାନୀ କୁଆଲାଲୁମ୍ପୁର ଠାରେ ଅନୁଷ୍ଠିତ ହୋଇଥିବା ୩୬ ତମ ଆନ୍ତର୍ଜାତିୟ ମାଲେସିଆ ଓପନ୍ ମାଷ୍ଟର ଆଥଲେଟିକ୍ସ ଚାମ୍ପିଅନସିପ୍ ଯାହାକି ଅକ୍ଟୋବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ମିଟ୍ ରେ ବରଗଡ଼ ଜିଲ୍ଲା ପୋଲିସ କର୍ମଚାରୀ ତଥା ସର୍ଳା ଗ୍ରାମର ସନ୍ତୋଷ କୁମାର ପଧାନ ନିଜ ବ୍ୟକ୍ତିଗତ ଇଭେଣ୍ଟ ରେ ଟ୍ରିପଲ ଜମ୍ପ୍ ରେ ସ୍ଵର୍ଣ୍ଣ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଏବଂ ଶହେ ମିଟର ବାଧା ଦୌଡରେ ରୋପ୍ୟ ପଦକ ହାସଲ କରିଛନ୍ତି l ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ପ୍ରାୟ ପନ୍ଦର ଶହରୁ ଦୁଇ ହଜାର ଆଥଲେଟ ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିଥିଲେ l ଓଡ଼ିଶା ମାଷ୍ଟର ଗେମ୍ ତଥା ଭାରତୀୟ ଆଥଲେଟିକ ସଂଘ ପକ୍ଷରୁ ପୁରୁଷ ବର୍ଗରେ ସନ୍ତୋଷ କୁମାର ପଧାନ ଏବଂ ମହିଳା ବର୍ଗରେ ରେଖା ଦେ ଅଂଶ ଗ୍ରହଣ କରି ନିଜ ଜିଲ୍ଲା, ରାଜ୍ଯ, ତଥା ଦେଶ ପାଇଁ ଗୌରବ ଆଣିଛନ୍ତି l ପ୍ରକାଶ ଥାଉକି ଯେ ପୂର୍ବରୁ ଶ୍ରୀ ପଧାନ, ଥାଇଲାଣ୍ଡ, ନେପାଲ, ସିଙ୍ଗାପୁର, ମାଲେସିଆ, ବାଂଲାଦେଶ, ଭୁଟାନ୍, ଶ୍ରୀଲଙ୍କା, ଦେଶ ଗୁଡିକରେ ଅଂଶ ଗ୍ରହଣ କରି ଦେଶପାଇଁ ଅନେକ ଗୁଡିଏ ପଦକ ହାସଲ କରିଛନ୍ତି l ଏଥିପାଇଁ ଶ୍ରୀ ପଧାନ ଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ, ରାଷ୍ଟ୍ର ପ୍ରେରଣା ଆୱାର୍ଡ, ନେତାଜୀ ସୁଭାଷ ବୋଷ ଆଇ କନ୍ ଆୱାର୍ଡ ରେ ସମ୍ବର୍ଦ୍ଧିତ ହୋଇଛନ୍ତି l ଆଜି ଭୁବନେଶ୍ଵର କାର୍ଯ୍ୟଳୟ ଠାରେ କ୍ରୀଡାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଆଥଲେଟ ଶ୍ରୀ ପଧାନ ଙ୍କୁ ସମ୍ବର୍ଦ୍ଧିତ କରି ଆଗକୁ ଆହୁରି ଅନେକ ପଦକ ହାସଲ କରି ରାଜ୍ୟ ତଥା ଦେଶପାଇଁ ଗୌରବାନ୍ବିତ କରନ୍ତୁ ବୋଲି ଆଶୀର୍ବାଦ ପ୍ରଦାନ କରିଛନ୍ତି l ଆଗାମୀ ବର୍ଷରେ ହେବାକୁ ଥିବା ବିଶ୍ଵ ମାଷ୍ଟର ଗେମ୍, ଏସିଆନ୍ ମାଷ୍ଟର ଆଥଲେଟିକ୍ସ ଚାମ୍ପିଅନସିପ୍ ତଥା ସାଉଥ ଏସିଆନି ମାଷ୍ଟର ଗେମ୍ ରେ ଅଂଶ ଗ୍ରହଣ କରି ଜିଲ୍ଲା,ରାଜ୍ୟ,ତଥା ଦେଶପାଇଁ ପଦକ ହାସଲ କରିବା ପାଇଁ ସନ୍ତୋଷ ଲକ୍ଷ୍ୟ ରଖିଛନ୍ତି.