Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଷ୍ଠ ରୋଗୀଙ୍କ ସେବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସମ୍ବଲପୁର:ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ର ପ୍ରତିଷ୍ଠାତା ସଭାପତି ତଥା ଯୁବ ସମାଜସେବୀ ମୁକୁନ୍ଦ ଦାଶ ପିଲାଟି ଦିନରୁ ଅସହାୟ କୁଷ୍ଠ ରୋଗୀ ମାନଙ୍କୁ ସେବା ଶୁଶ୍ରୁଷା କରିଆସୁଛନ୍ତି। ଏବେ ମଧ୍ୟ କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ସମୟରେ ସେବା ଯୋଗାଇବା ସହିତ ତାଙ୍କ ଘା ସଫା କରିବା ସହ ବିଭିନ୍ନ ସମୟରେ ତାଙ୍କ ଯତ୍ନ ନେଇ ଆସୁଛନ୍ତି। ଏହା ସହିତ ଜନ କଲ୍ୟାଣ ସେବା ଟ୍ରଷ୍ଟ ମାଧ୍ୟମରେ ଅସହାୟ, ନିରିହ ଲୋକଙ୍କ କଥା ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାଣିବା ପରେ ଶ୍ରୀ ମାଝୀ ମୁକୁନ୍ଦ ଙ୍କୁ ଶୁଭେଛା ଜଣାଇଛନ୍ତି ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବୋଲି କହିଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀ,ଏହି ପରି ସେବା ଜାରୀ ରଖିବା ପାଇଁ ମଧ୍ୟ ଜଣାଇଛନ୍ତି। ଏଠାରେ ସୂଚନା ଯୋଗ୍ୟଯେ ମହାମାରୀ ସମୟରେ ଶ୍ରୀ ଦାଶ ଅନେକେ ଗରିବ /ଅସହାୟ ଲୋକଙ୍କୁ ରାସନ,ସାନିଟାଇଜର, ମାର୍କସ ଓ ରନ୍ଧା ଖାଦ୍ୟ,ପଶୁ ମାନଙ୍କୁ ଖାଦ୍ୟ ବଣ୍ଟନ ଇତ୍ୟାଦି ଦେଇ ସେ ସମୟରେ ଓଡିଶା ତଥା ଓଡିଶା ବାହାରେ ଉଚ୍ଚ ପ୍ରଶଂସା ପାଇଛି।ଏଥି ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ଅନେକ ସମ୍ମାନଜନକ ପୁରସ୍କାର ମଧ୍ୟ ମିଲିସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ