Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିବେଦନ

ଭୁବନେଶ୍ୱର:ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ,ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ।ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ।ଆମର ଏକ ବହୁତ effective disaster management policy ଅଛି।ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ ଆପଣ ମାନେ ଭୟଭୀତ ହୁଅନ୍ତୁ ନାହିଁ। ସଜାଗ ରୁହନ୍ତୁ।ଜୀବନ ଅମୁଲ୍ୟ। ନିରାପଦ ରୁହନ୍ତୁ। ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ।
ସବୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମୋର ଅନୁରୋଧ ଆପଣମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ।
ଲୋକଙ୍କୁ ସାହାଯ୍ୟ କରନ୍ତୁ।ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ