Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ଗଣଦୁଷ୍କର୍ମ ଘଟଣା:ପୀଡିତା ଓ ପରିବାରକୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ,ଆଉ ଜଣେ ଗିରଫ

ସମ୍ବଲପୁର:କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ୱ ଦେଇ ନବୀନଙ୍କ ଦ୍ୱାରା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆଜି କୁଚିଣ୍ଡା ଗସ୍ତରେ ଆସି ପୀଡିତା ଓ ପରିବାର ବର୍ଗ, ପୋଲିସ ପ୍ରଭୃତିଙ୍କ ଠାରୁ ସତ୍ୟାସତ୍ୟ ନେଇ ପଚାରି ବୁଝିଛି।ନାବାଳିକା ଗଣ ଦୁଷ୍କର୍ମ ଘଟଣାକୁ ଚପାଇ ଦେବାକୁ ରାଜ୍ୟ ସରକାର ଚେଷ୍ଟା କରୁଥିବା
ଓ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଅଭିଯୁକ୍ତ
ଥିବା ନେଇ ବିଜେଡି ଅଭିଯୋଗ କରି ଆସିଛି।
କୁଚିଣ୍ଡାରେ ଦଳିତ ସମ୍ପ୍ରଦାୟର ଏକ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ପୋଲିସର ଟାଳଟୁଳ ନୀତିକୁ ନେଇ ଆଜି ଏହି ଟିମ ଗସ୍ତ ଘଟଣା କୁ ଅଧିକ ଗମ୍ଭୀର କରିପକାଇଛି।ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ଘଟଣା ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ।
ସୂଚନା ମତେ ଅକ୍ଟୋବର ୧୫ ତାରିଖରେ କୁଚିଣ୍ଡାର ଏନଏସି ଅଞ୍ଚଳରେ ଦଳିତ ସମ୍ପ୍ରଦାୟର ପାରମ୍ପରିକ କରମା ପୂଜା ଅନୁଷ୍ଠିତ ହେଉଥିଲା। ଏହି ପୂଜାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟର ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବି ନାୟକ ଯୋଗ ଦେଇଥିଲେ। ଘଟଣା ଦିନ ରାତିରେ, ସ୍ଥାନୀୟ ଅଞ୍ଚଳର ଚଉଦ ବର୍ଷର ଏକ ନାବାଳିକା ପୂଜା ସ୍ଥଳକୁ ଯାଇଥିଲା। ସେଠାରେ ତାର ଜଣେ ପରିଚିତ ଯୁବକ ସହ ଭେଟ ହୋଇଥିଲା ଯିଏ ତାକୁ ଘରେ ଛାଡ଼ିଦେବ ବୋଲି କହିଥିଲା। ନାବାଳିକା ରାଜି ହେବାରୁ ତାକୁ ନେଇ ଏକ କାରରେ ବସାଇଥିଲା, ଯେଉଁଥିରେ ଆଗରୁ ଆଉ ଚାରିଜଣ ଯୁବକ ବସିଥିଲେ। ଗାଡିଟିକୁ ନାବାଳିକାର ଘରକୁ ନନେଇ ସେମାନେ ଏକ କ୍ଳବ ଘରକୁ ନେଇ ଯାଇଥିଲେ ଓ ସେଠାରେ ଜଣେ ପରେ ଜଣେ ନାବାଳିକାକୁ ଗଣ ବଳତ୍କାର କରିଥିଲେ। ପରେ ସେମାନେ ତାକୁ ଏକ ନିକାଞ୍ଚନ ଜାଗାରେ ଛାଡି ଦେଇଥିଲେ। ନାବାଳିକାର ପରିବାର ସଦସ୍ୟ ମାନେ ଝିଅଟିର ଘରକୁ ଫେରିବା ବିଳମ୍ବ ହେବାରୁ ତାକୁ ଖୋଜା ଖୋଜି ଆରମ୍ଭ କରିଥିଲେ ଏବଂ ତାକୁ ଅଧ ରାସ୍ତାରେ ପାଇଥିଲେ। ନାବାଳିକା ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲା ଓ ପାଞ୍ଚଜଣ ତାକୁ ଏକ ନିକାଞ୍ଚନ ଜାଗାକୁ ନେଇଯିବା କଥା କହିଥିଲା। ପରିବାର ସଦସ୍ୟ ନାବାଳିକକୁ କୁଚିଣ୍ଡା ଥାନାକୁ ନେଇଥିଲେ ଓ ସେଠାରେ ତାର ବିବରଣୀ ଅନୁଯାୟୀ ଏକ ଅପହରଣ ମାମଲା ରୁଜୁ କରାଯାଇଥିଲା। ନାବାଳିକା ଘରକୁ ଫେରିଯିବା ପରେ ତାର ମାନସିକ ସ୍ଥିତି ସାମାନ୍ୟ ହେବା ପରେ ସେ ଗଣବଳତ୍କାର କଥା ପ୍ରକାଶ କରିଥିଲା। ପରିବାରର ସଦସ୍ୟମାନେ ପରଦିନ ଥାନାକୁ ଆସି ଗଣବଳତ୍କାର ଅଭିଯୋଗ ତାଙ୍କ ଏଫଆଇଆରରେ ଯୋଡିବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଥାନା ଅଧିକାରୀ ଏହାକୁ ଗ୍ରହଣ କରି ନଥିଲେ ବୋଲି ବିଜେଡି ଅଭିଯୋଗ କରିଛି। କିନ୍ତୁ ପୋଲିସ ଏହି ଘଟଣାକୁ ଗମ୍ଭୀର ଭାବେ ନେଇ ପୂର୍ବରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଫେରାର ଥିବା ଆଉ ଜଣକୁ ପୋଲିସ ଆଜି ଗିରଫ କରିଥିବା କହିଛି।ଉଲ୍ଲେଖଯୋଗ୍ୟ, ପାଞ୍ଚଜଣ ଅଭିଯୁକ୍ତଙ୍କ ଭିତରେ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ, ହରିହର ପାଣି ଥିବା ନେଇ ବିଜେଡି ଅଭିଯୋଗ କରିଥିଲା। ଆଜି ହରିହର ପାଣିକୁ ପୋଲିସ ଗିରଫ କରିଥିବା ଓ ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାକୁ ପୋଲିସ ତାର ପ୍ରକ୍ରିୟା ଜାରି ରଖିଥିବା କହିଛି।
ଅନ୍ୟପଟେ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଆଜି କୁଚିଣ୍ଡା ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏହି କମିଟିରେ ଅ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ପୂର୍ବତନ ବିଧାୟିକା ଶୁଶ୍ରୀ ଦୀପାଳି ଦାସ, ପୂର୍ବତନ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି, ସମ୍ବଲପୁର ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତୀ କୁମୁଦିନୀ ନାୟକ ପ୍ରମୁଖ ରହିଛନ୍ତି। କମିଟି ସଦସ୍ୟ ମାନେ ନାବାଳିକା ଓ ତାର ପରିବାରବର୍ଗଙ୍କୁ ଭେଟି ଘଟଣାର ସବିଶେଷ ବିବରଣୀ ସଂଗ୍ରହ କରିଛନ୍ତି।ଦଳର ସଭାପତିଙ୍କ ନିକଟରେ ସେମାନେ ଏହା ପ୍ରଦାନ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ