Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ ବିଜେଡ଼ିର ଫେକ୍ଟ ଫାଇଣ୍ଡିଂ ଟିମ୍:ଶହେ ମୂଷା ଖାଇ ବିରାଡ଼ି ଯାଇଛି ବୃନ୍ଦାବନ ତିର୍ଥ -ସବିତା ନନ୍ଦ

କୁଚିଣ୍ଡାରେ ବିଜେଡ଼ିର ଫେକ୍ଟ ଫାଇଣ୍ଡିଂ ଟିମ୍:ଶହେ ମୂଷା ଖାଇ ବିରାଡ଼ି ଯାଇଛି ବୃନ୍ଦାବନ ତିର୍ଥ -ସବିତା ନନ୍ଦ
ସମ୍ବଲପୁର:କୁଚିଣ୍ଡା ରେ ହୋଇଥିବା ନାବାଳିକା ଗଣବଳାତ୍କର ଘଟଣାକୁ ନେଇ ବିଜେଡ଼ି ଯେଭଳି କୁତ୍ସିତ ରାଜନୀତି କରୁଛି ତାହା ଯେତିକି ନିନ୍ଦନୀୟ ସେତିକି ହାସ୍ୟାସ୍ପଦ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ କ୍ରମେ ବିଜେଡ଼ି ର ପୁର୍ବତନ ମନ୍ତ୍ରୀ ଓ ବିଧାୟିକା ଗଣ ଙ୍କୁ ନେଇ ଗଠିତ ଫେକ୍ଟ୍ ଫାଇଣ୍ଡିଂ ଟିମ୍ ର କୁଚିଣ୍ଡା ଗସ୍ତ କୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା ସବିତା ନନ୍ଦ ଆଜି ବିଜେଡ଼ି ଉପରେ ବର୍ଷିଛନ୍ତି । ରାଜ୍ୟ ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ନାଁ କୁ ଜବରଦସ୍ତି ଏ ଘଟଣା ରେ ସାମିଲ କରିବା ବିଜେଡି ର ଆଦିବାସୀ ବିରୋଧୀ ଚେହେରା ସାମ୍ନା କୁ ଆଣିଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ରେ ରାଜନୈତିକ ଫାଇଦା ଉଠେଇବାର ଅପଚେଷ୍ଟା କୁ ମୁଁ ଦୃଢ଼ ଶବ୍ଦ ରେ ନିନ୍ଦା କରୁଛି । ସେ ଏହି ଫେକ୍ଟ ଫାଇଣ୍ଡିଂ ଟିମ୍ ର ଆଜିର କୁଚିଣ୍ଡା ଯାତ୍ରା କୁ ନେଇ ଶ୍ରୀମତୀ ନନ୍ଦ କହିଛନ୍ତି ଯେ “ଶହେ ମୂଷା ଖାଇ ବିରାଡ଼ି ଯାଇଛି ବୃନ୍ଦାବନ ତୀର୍ଥ କରି ।”
ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଜରିଆରେ ଦେଇଥିବା ପ୍ରେସ ବିଜ୍ଞପ୍ତି ରେ ଶ୍ରୀମତୀ ନନ୍ଦ କହିଛନ୍ତି ଯେ…
ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ରେ ବିଜେଡ଼ି ରାଜ୍ୟରେ ଶାସନ କରୁଥିଲା । ତାଙ୍କ ଶାସନ କାଳ ରେ ରାଜ୍ୟ ରେ ସର୍ବାଧିକ ଧର୍ଷଣ , ଗଣବଳତ୍କାର, ନାବାଳିକ ଙ୍କୁ ପାଶବିକ ଅତ୍ୟାଚାର, ବ୍ୟଭିଚାର ହତ୍ୟା ଭଳି ଘଟଣା ମାନ ଘଟିଥିଲା । ଏନ୍.ସି.ଆର୍.ବି ରିପୋର୍ଟ ରେ ଏଭଳି ଅପରାଧିକ ମାମଲା ରେ ଓଡ଼ିଶା ର ସ୍ଥାନ ବହୁ ଆଗରେ ରହିଥିଲା । ସେତେେଳେ ବିଜେଡ଼ି ସୁପ୍ରିମୋ ତଥା ସେତେବେଳ ର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦା ବିଷ୍ଣୁ ସାଜିଥିଲେ । ତାଙ୍କ ସରକାର୍ ସମୟରେ ଘଟଣା କୁ ଚପେଇବା ଓ ଅପରାଧୀ ଙ୍କୁ ରାଜନୈତିକ ଶରଣ ରେ ରଖି ସୁରକ୍ଷା ପ୍ରଦାନ୍ କରି ଆସୁଥିଲେ ।
ମୋହନ ମାଝୀ ଙ୍କ ସରକାର ହେଉଛି ଲୋକଙ୍କ ସରକାର । ଗରିବ, ଦଳିତ, ଆଦିବାସୀ, ନିଶ୍ପେସିତ ଙ୍କ ସରକାର ସାଢେ ଚାରି କୋଟି ଙ୍କ ବିକାଶ ଓ ରାଜ୍ୟବାସୀ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ସଦା ସର୍ବଦା ତତ୍ପର ।ରାଜ୍ୟ ର କୌଣସି ସ୍ଥାନରେ କିଛି ବି ଘଟଣା ଘଟୁ ପୋଲିସ ନିରପେକ୍ଷ ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅପରାଧୀ ଙ୍କୁ ଉଚିତ ଦଣ୍ଡ ଦେବାର ବ୍ୟବସ୍ଥା କରି ପୀଡିତ ପୀଡିତା ଙ୍କୁ ନ୍ୟାୟ ପ୍ରଦାନ କରିବ ।
ସେ ଆହୁରି କହିଛନ୍ତି ଯେ ସମ୍ବଲପୁର କୁଚିଣ୍ଡା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଅପରାଧୀଙ୍କୁ ଗିରଫ କରାଯାଇଛି । ଭାରତୀୟ ଜନତା ପାର୍ଟି ସରକାରରେ ମହିଳାଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଏହି ଘଟଣାରେ କୌଣସି ଅପରାଧୀଙ୍କୁ ଛଡାଯିବ ନାହିଁ । ଦୋଷୀ ଯେ କେହି ହୁଅନ୍ତୁ ନା କାହିଁକି, ତାଙ୍କୁ ଛଡାଯିବ ନାହିଁ । ଭାରତୀୟ ଜନତା ପାର୍ଟି ମହିଳାଙ୍କ ସୁରକ୍ଷା ନେଇ ଯେଉଁ କଥା କହିଆସିଛି, ତାହାକୁ କାମରେ ମଧ୍ୟ କରି ଦେଖାଇଛି ।
୨୪ ବର୍ଷ ଶାସନରେ ଯେ ଅପରାଧୀଙ୍କୁ ଛାଡି ଦେଉଥିଲେ, ସେ ଦଳର ମୁଖିଆ ନବୀନ ବାବୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ବାଚାଳାମି କରୁଛନ୍ତି । ବିଜେଡି ସରକାର ସମୟରେ ଗଣ ବଳାତ୍କାର, ଦୁଷ୍କର୍ମ, ବ୍ୟଭିଚାର ଭଳି ଅନେକ ମହିଳା ବିରୋଧୀ ହିଂସାକାଣ୍ଡ ଘଟିଛି । କିନ୍ତୁ ସମ୍ବେଦନହୀନ ବିଜେଡି ସରକାର ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସମେତ କୌଣସି ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦ ପୀଡିତାଙ୍କୁ ଭେଟୁନଥିଲେ । ତାଙ୍କ ନେତା ମନ୍ତ୍ରୀ ମାନେ ଇତିଶ୍ରୀ ଠାରୁ ଆରମ୍ଭ କରି ବେବିନା, କୁନ୍ଦୁଲି ପୀଡ଼ିତା, ମାଧବିଲତା, ମମିତା ମେହେର ଓ ପରୀ ହତ୍ୟାକାଣ୍ଡ ଭଳି ଘଟଣାରେ ସମ୍ପୃକ୍ତ । ବିଜେଡି ଦଳରେ ଅନେକ ନେତ୍ରୀଙ୍କୁ ମଧ୍ୟ ଅସଦାଚାରଣ କରାଯାଉଥିବା ଅନେକ ଥର ଅଭିଯୋଗ ହୋଇଛି । ଏହି ସମୟରେ ନବୀନ ବାବୁ କେତେ ଥର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି…? ଅପରାଧକୁ ପ୍ରୋତ୍ସାହନ ଏବଂ ଅପରାଧୀଙ୍କୁ ସୁରକ୍ଷା ଦେବାରେ ନବୀନ ବାବୁ ତତ୍ପରତା ଦେଖାଉଥିଲେ । କିନ୍ତୁ ଏବେ ବିଜେପି ସରକାରରେ କୁଚିଣ୍ଡା ଘଟଣାରେ ପୋଲିସ ତତ୍ପରତା ଦେଖାଇ ଥିଲେ ସୁଦ୍ଧା ହୀନ ରାଜନୀତି କରିବା ପାଇଁ ବିଜେଡି ଦଳ ପ୍ରୟାସ କରୁଛି । ବିଜେଡି ଶାସନରେ ଆଇନ ତା ବାଟରେ ଯିବାର ଅର୍ଥ ଥିଲା ଅଭିଯୁକ୍ତକୁ ସୁରକ୍ଷା ଦେବା କିନ୍ତୁ ବିଜେପି ସରକାରରେ ବର୍ତ୍ତମାନ ଆଇନ ତା ବାଟରେ ଯିବା ଅର୍ଥ ଅଭିଯୁକ୍ତ ତୁରନ୍ତ ଗିରଫ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧକ୍ଷା ଶ୍ରୀମତୀ ସବିତା ନନ୍ଦ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ