ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ


ରାଞ୍ଚି: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ନାଁରେ ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ । ମୁମ୍ବାଇ ପୋଲିସ ଝାରଖଣ୍ଡର ଜାମଶେଦପୁରର ଅଭିଯୁକ୍ତଙ୍କୁ ଗିରଫ କରିଛି । 

ପୋଲିସ ସୂଚନା ଅନୁସାରେ, ଗତ ସପ୍ତାହରେ ସଲମାନଙ୍କୁ ଧମକପୂର୍ଣ୍ଣ ମେସେଜ ଆସିଥିଲା । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ବୁଝାମଣା କରିବା ପାଇଁ ୫ କୋଟି ଟଙ୍କା ମଗିଥିଲା ଅଭିଯୁକ୍ତ । ନଚେତ୍ ପରିଣାମ ଭୟଙ୍କର ହେବ ବୋଲି ଧମକ ମିଳିଥିଲା ।

ମୁମ୍ବାଇ ଟ୍ରାଫିକ୍ ପୋଲିସ ଏହି ଧମକପୂର୍ଣ୍ଣ ମେସେଜ୍ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ଜାମଶେଦପୁରର ସ୍ଥାନୀୟ ପୋଲିସ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ଟ୍ରାଫିକ୍ ପୋଲିସ । ଜାମଶେଦପୁରରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାପରେ ତାଙ୍କୁ ମୁମ୍ବାଇ ଅଣାଯିବ ।

ପ୍ରକାଶ ଥାଉକି, ଅକ୍ଟୋବର ୨୧ରେ ଅଭିଯୁକ୍ତ ଏନେଇ କ୍ଷମା ମାଗିଥିଲା । ମୁମ୍ବାଇ ଟ୍ରାଫିକ ପୋଲିସର କଣ୍ଟ୍ରୋଲ ରୁମ୍ ହ୍ୱାଟ୍ସଆପ ନମ୍ବରକୁ ମେସେଜ କରି କ୍ଷମା ମାଗିଥିଲା । ସେ ଏହି ମେସେଜ୍ ଭୁଲରେ ପଠାଇଥିବା ସଫେଇ ଦେଇଥିଲେ । ଏହାପରେ ଝାରଖଣ୍ଡରୁ ଏହି ମେସେଜ୍ ପଠା ଯାଇଥିବା ଜାଣିଥିଲା ପୋଲିସ । ପରେ ଜାମଶେଦପୁର ପୋଲିସ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ଟ୍ରାଫିକ୍ ପୋଲିସ ।