Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସନ୍ କାର୍ଡରେ ନାଁ ନଥିଲେ ବି ସୁଭଦ୍ରାରେ ସାମିଲ ହୋଇପାରିବେ

ଭୁବନେଶ୍ୱର, (ରାଜାରାମ ଷଡ଼ଙ୍ଗୀ):‘ସୁଭଦ୍ରା’ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧କୋଟି ୨ଲକ୍ଷ ଜଣ ଆବେଦନ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ମୋଟ୍ ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ହଜାର ଟଙ୍କା ପ୍ରଦାନ କରାଯାଇଛି।
ରାସନ୍ କାର୍ଡରେ ନାଁ ନଥିଲେ ବି ‘ସୁଭଦ୍ରା’ରେ ସାମିଲ ହୋଇପାରିବେ
ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧କୋଟି ୨ଲକ୍ଷ ଜଣ ଆବେଦନ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ମୋଟ୍ ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ହଜାର ଟଙ୍କା ପ୍ରଦାନ କରାଯାଇଛି। ମୋଟ୍ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୨ଲକ୍ଷ ୬୭ହଜାର ଆବେଦନ ଖାରଜ ହୋଇଯାଇଛି। ଏଥିରୁ ଅଧିକାଂଶ ହିତାଧିକାରୀଙ୍କର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରେ ନାମ ନଥିବାରୁ ସେମାନଙ୍କ ଆବେଦନ ଖାରଜ ହୋଇଯାଇଛି। ତେଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଜଣେ ମହିଳାଙ୍କର ରାସନ୍‌ କାର୍ଡରେ ନାମ ନଥିଲେ ବି ସେ ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇପାରିବେ। ‘ସୁଭଦ୍ରା’ ହିତାଧିକାରୀ ଚୟନ ବେଳେ ରାସନ୍ କାର୍ଡରେ ନାମ ଥିବା ମାନଦଣ୍ଡକୁ ହଟାଇ ଦିଆଯାଇଛି। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ‘ସୁଭଦ୍ରା’ ଅନ୍ତର୍ଗତ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନକୁ ଅନୁମୋଦନ କରିଛି। ଏହାଦ୍ବାରା ୨.୬୭ଲକ୍ଷ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ନେଇ ବାଟ ଫିଟିଛି।
ଏହାସହ ‘ସୁଭଦ୍ରା’ ନିର୍ଦ୍ଦେଶାବଳୀରେ ଅନ୍ୟ ସଂଶୋଧନ ମଧ୍ୟ କରାଯାଇଛି। ‘ସୁଭଦ୍ରା’ ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରିବାର ଏକ ମାଧ୍ୟମ ଭାବେ ସିବିଡିସିକୁ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ‘ସୁଭଦ୍ରା’ ପାଇଁ ସ୍ବତନ୍ତ୍ର ଡେବିଟ୍ କାର୍ଡ ଦେବା ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ପ୍ରତ୍ୟାହାର କରାଯାଇଛି। ୮.୯.୨୦୨୪ରୁ ୧୩.୯.୨୦୨୪ ପର୍ଯ୍ୟନ୍ତ ଆଧାର ଇ-କେୱାଇସି ମଡ୍ୟୁଲରୁ ପୋର୍ଟାଲକୁ ଅଲଗା କରିବା ଏବଂ ଏହା ବଦଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ପିଏମ୍‌ କିଷାନ ପରି ଅନ୍ୟ ଡାଟାବେସ୍ ମାଧ୍ୟମରେ ଇ-କେୱାଇସି ଯାଞ୍ଚ କରାଯିବ। ବିଏଲ୍‌ଏସ୍‌ସି ଏବଂ ୟୁଏଲ୍‌ଏସ୍‌ସିରେ ବ୍ଲକ/ପୌରାଞ୍ଚଳସ୍ତରୀୟ ଯାଞ୍ଚ କମିଟିର ଅଧ୍ୟକ୍ଷଙ୍କ ଦ୍ବାରା ଦୁଇ ଜଣ ମନୋନୀତ ସିଭିଲ ସୋସାଇଟି (ଅଣଆନୁଷ୍ଠାନିକ) ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ‘ସୁଭଦ୍ରା’ ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି ବୋଲି ମୁଖ୍ୟ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ