ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ


ସମ୍ବଲପୁର,ତା.୨୫.୧୦: ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଦ୍ଵାରା ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ସମ୍ବଲପୁର ର ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକ ରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ), ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡ଼ିଓ-କମ-ଇଓ) ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଟେକ୍ନିକାଲ) ବିବି ପଟ୍ଟନାୟକ ମଞ୍ଚାସୀନ ଥିଲେ। ବୈଠକ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମହାତ୍ମାଗାନ୍ଧୀ ନାସନାଲ ରୁରାଲ ଏମପ୍ଲୟମେଣ୍ଟ ଗ୍ୟାରେଣ୍ଟି ସ୍କିମ) ର କାର୍ଯ୍ୟକାରିତା, ସ୍ଵଛ ଭାରତ ମିଶନ ଓ ପାନୀୟ ଜଳ ର କାର୍ଯ୍ୟକାରିତା, ରେଡ଼କ୍ରସ୍ ର କାର୍ଯ୍ୟକଳାପ, ଗ୍ରାମୀଣ ଗୃହ ନିର୍ମାଣ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା, ୧୦୦ ଜନସଂଖ୍ୟା ରହୁଥିବା ଗ୍ରାମକୁ ଯୋଗାଯୋଗ ପାଇଁ ଗ୍ରାମ ଗୁଡିକ ର ତାଲିକା ସଂଗ୍ରହ, ସୋସିଆଲ ଅଡିଟ୍, ହାଉସିଂ ଏବଂ ଫ୍ୟାମିଲି ୱେଲଫେୟାର, ଅଙ୍ଗନୱାଡି କେନ୍ଦ୍ର ର ନିର୍ମାଣ, ରାଜ୍ୟ ଆର୍ଥିକ ନିଗମ, ଭିଏସ୍ଏସ ବିଲଡିଂ ର ପରିଚାଳନା, ଓଡିଶା ଜୀବିକା ମିଶନ(ଓଏଲଏମ ) ରେ କିପରି ସମସ୍ତ ଗରିବ ପରିବାରଙ୍କ ନିକଟରେ ପହଂଚିପାରି ସେମାନଙ୍କୁ ନିରନ୍ତର ଜୀବିକା ଯୋଗାଇ ଦେବା ସହିତ ଦାରିଦ୍ର୍ୟରୁ ବାହାରିବା ପର୍ଯ୍ୟନ୍ତ ଭଲ ଜୀବନଯାପନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତିପୋଷଣ କରିବା, ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ଯୋଜନା(ଓରମାସ ) ଅଧୀନ ରେ ବିଭିନ୍ନ ପ୍ରକଳ୍ପ ଏବଂ ପଦକ୍ଷେପ ମାଧ୍ୟମରେ ଓଡିଶାର ଗ୍ରାମୀଣ ଉତ୍ପାଦକମାନଙ୍କୁ ନିରନ୍ତର ଜୀବିକା ନିର୍ବାହ ଯୋଗାଇ ଦେଇ ଦାରିଦ୍ର୍ୟ ଦୂରୀକରଣ, ଜୀବିକା ନିର୍ବାହ, ମହିଳା ସଶକ୍ତିକରଣ, ଦକ୍ଷତା ବୃଦ୍ଧି ଏବଂ ଗ୍ରାମୀଣ ସମ୍ପ୍ରଦାୟର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ରେ ଉନ୍ନତି କିପରି କରି ହେବ ସେ ବିଷୟ ରେ ଆଲୋଚନା କରିଥିଲେ।