ସମ୍ବଲପୁର ହିଂସାର ତଦନ୍ତ କରିବ ବିଜେପି; ୪ ଜଣିଆ ଟିମ୍‌ ଗଠନ କଲେ ଜେପି ନଡ୍ଡା


ଭୁବନେଶ୍ବର: ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁ ସମ୍ବଲପୁର ପରିବେଶ ଅଶାନ୍ତ ‌ରହିଥିଲା। କିଛି ଦିନ ସମ୍ବଲପୁରରେ ଇଣ୍ଟ‌ରନେଟ ସେବା ମଧ୍ୟ ବନ୍ଦ କରାଯାଇଥିଲା। ତେବେ ସମ୍ବଲପୁରର ହିଂସାର ତଦନ୍ତ କରିବ ବିଜେପି। ଏଥିପାଇଁ ୪ ଜଣିଆ ଟିମ୍ ଗଠନ କରାଯିବ। ଏ ନେଇ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତଦନ୍ତ ପାଇଁ ୪ ଜଣିଆ ଟିମ୍ ଗଠନ କରିଛନ୍ତି। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ।

୪ ଜଣିଆ କମିଟିରେ ରାଜ୍ୟସଭା ସାଂସଦ ବ୍ରିଜ୍ ଲାଲ୍, ସମୀର ଓରାନ୍, ଆଦିତ୍ୟ ସାହୁ ଓ ଲୋକସଭା ସାଂସଦ ଜ୍ୟୋତିର୍ମୟୀ ସିଂ ମହାତୋ ସାମିଲ ଅଛନ୍ତି । ଏହି କମିଟି ସମ୍ବଲପୁର ଗସ୍ତ କରି ଲୋକଙ୍କ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ । ଯାହାକୁ ନଡ୍ଡାଙ୍କୁ ପ୍ରଦାନ କରାଯିବ ।