Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ର ପ୍ରସ୍ତୁତି ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆ ରେ ଆସନ୍ତା ଡିସେମ୍ବର ୨୨ ରେ ହେବାକୁ ଥିବା ୨୮ ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। କ୍ଲବର ପୂର୍ବତନ ସଭାପତି ସୁଧୀର ପ୍ରଧାନ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ବୈଠକ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ସମତେ କ୍ଳବ୍ ର ସମସ୍ତ ସଦସ୍ୟ ଯୋଗଦେଇଥିଲେ। ସୁଶିଲ ପ୍ରଧାନ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବୈଠକରେ ଗତ ବର୍ଷ ର ଆୟ ବ୍ୟୟ ର ବିବରଣୀ ପ୍ରଦାନ କରାଯାଇଥିଲା । ଏହା ପରେ ସର୍ବ ସମ୍ମତିକ୍ରମେ ଟୁର୍ଣ୍ଣାମେଣ୍ଟ ପରିଚାଳନା ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସୁଶିଲ କୁମାର ପ୍ରଧାନ ଙ୍କୁ ସଭାପତି, ଟୁଟୁ ମହାକୁର ଉପସଭାପତି, ମାଧବ ମହାକୁର ଙ୍କୁ ସମ୍ପାଦକ , ଆଶିଷ ମେହେର ଙ୍କୁ ସହ ସମ୍ପାଦକ ଏବଂ ଦେବରାଜ ମହାକୁର ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଏହା ସହିତ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନନ୍ଦ , ସୁଧୀର ପ୍ରଧାନ , ଶଶାଙ୍କ ପ୍ରଧାନ , ସନାତନ ମହାକୁର , ସୁନିଲ ପ୍ରଧାନ , ପ୍ରାଣବନ୍ଧୁ ସାହୁ , ରାଧା ମାଧବ ବେହେରା , ଜୟ ପ୍ରକାଶ ସାହୁ , ଶ୍ୟାମ ସୁନ୍ଦର ପଣ୍ଡା , ସତ୍ୟ ମହାକୁର , ପ୍ରମୋଦ ବେଦୋକ୍ତା ପ୍ରମୁଖ ଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି। ରାଧାକାନ୍ତ ବାଘ ଙ୍କୁ ଆଇନ୍ ପରାମର୍ଶଦାତା ଏବଂ ପୀତାମ୍ବର ସାହୁ ଙ୍କୁ ଟୁର୍ଣ୍ଣାମେଣ୍ଟର ସଂଯୋଜକ ଭାବେ ମନୋନୀତ କରାଯାଇଛି । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ କୁ ଆହୁରି ଆକର୍ଷଣୀୟ କରିବାକୁ ପ୍ରସ୍ତାବ ଦିଆ ଯାଇଥିଲା । ଏଥିରେ ନିଜର ସମ୍ପୂର୍ଣ୍ଣ ସହଯୋଗ ଜାରି ରହିବ ବୋଲି ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରତିଶ୍ରୁତି ଦେଲେ। ଏହା ସହିତ ଟୁର୍ଣ୍ଣାମେଣ୍ଟର ବିଭିନ୍ନ ପ୍ରସଙ୍ଗ ଉପରେ ସନାତନ ମହାକୁର , ସୁନିଲ ପ୍ରଧାନ, ସୁଦାମ ପ୍ରଧାନ, ପୀତାମ୍ବର ସାହୁ, ରାକେଶ ପ୍ରଧାନ , ବଶିଷ୍ଠ ମଲ୍ଲିକ, ସତ୍ୟରାଜ୍ ପଧାନ ପ୍ରମୁଖ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ ୨୮ ବର୍ଷ ରେ ପହଞ୍ଚିଛି । ଏଥିରେ ସର୍ବମୋଟ ରାଜ୍ୟ ଓ ରାଜ୍ୟ ବାହାର ରେ ବଛା ବଛା ୯ ଟି ଦଳ ଅଂଶ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ବଙ୍ଗଳାଦେଶ କିମ୍ବା ନେପାଳ ଦେଶ ର ଗୋଟିଏ ଟିମ୍ କୁ ଅଂଶ ଗ୍ରହଣ କରୁ ବୋଲି ଉପସ୍ଥିତ ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ । ଯଦି ସମ୍ଭବ ହେବ ଦେଶ ବାହାରୁ ଏକ ଟିମ କୁ ଟୁର୍ଣ୍ଣାମେଣ୍ଟରେ ସାମିଲ ପାଇଁ ଚେଷ୍ଟା କରାଯିବ ବୋଲି ନୂତନ ପରିଚାଳନା କମିଟି ପ୍ରକାଶ କରିଛନ୍ତି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଇଟି ଫର୍ମାଟ ଟି -୨୦ ଓ ଟି -୧୦ ଫର୍ମାଟ ରେ ମ୍ୟାଚ୍ କରାଯିବ ବୋଲି ନିଷ୍ପତ୍ତି ନିଆଗଲା । ଏହା ସହିତ ପୁରସ୍କାର ରାଶି , ଅତିଥି , ଦଳ ଚୟନ ଆଦି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶେଷରେ ନୂତନ ସମ୍ପାଦକ ମାଧବ ଚନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories