Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ବର୍ଷରେ ହିରୋରୁ ଭିଲେନ ହୋଇଗଲେ ଦିନେଶ କାର୍ତ୍ତିକ, ଏମିତି ରହିଛି ରେକର୍ଡ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା। ଉକ୍ତ ମୁକାବିଲାକୁ କେକେଆର ୨୧ ରନରେ ଜିତି ନେଇଥିଲା ଏବଂ ନିଜର ଘରୋଇ ପଡିଆରେ ପରାଜୟର ମୁହଁ ଦେଖିଥିଲା ଆରସିବି। ଏହି ପୂରା ସିଜିନରେ ଅଦ୍ୟାବଧି ଆରସିବି ପାଇଁ ଫାଫ ଡୁପ୍ଲେସିସ୍, ବିରାଟ କୋହଲି ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ୍ ହିଁ ରନ କରି ଆସୁଛନ୍ତି। କେକେଆର ବିପକ୍ଷ ମ୍ୟାଚରେ ଫାଫ୍ ଏବଂ ମ୍ୟାକ୍ସଓ୍ଵେଲଙ୍କ ବ୍ୟାଟ୍ ନଚାଲିବାରୁ ଘରୋଇ ଦଳକୁ ପରିଣାମ ଭୋଗିବାକୁ ପଡିଥିଲା। ଆଇପିଏଲ୍ ୨୦୨୨ରେ ଆରସିବି ପାଇଁ ହିରୋ ସାଜିଥିବା ଏବଂ ଫିନିସର ଭୂମିକା ନିଭାଇଥିବା ଦିନେଶ କାର୍ତ୍ତିକ ଏହି ସିଜିନରେ ଏ ପର‌୍ୟ୍ୟନ୍ତ ଦଳ ପାଇଁ ଭିଲେନ ସାବ୍ୟସ୍ତ ହୋଇଛନ୍ତି। କାର୍ତ୍ତିକ ଗତ ସିଜିନରେ ଡେଥ୍ ଓଭରରେ ବିସ୍ଫୋରକ ବ୍ୟାଟିଂ କରୁଥିଲେ। କିନ୍ତୁ ଏଥର ସେ କ୍ରିଜରେ ତିଷ୍ଠିବାକୁ ସଂଘର୍ଷ କରୁଛନ୍ତି।

ଆଇପିଏଲ ୨୦୨୨ରେ ଡେଥ ଓଭରରେ କାର୍ତ୍ତିକ ୨୦୭.୪୪ ଷ୍ଟ୍ରାଇକ୍ ରେଟରେ ଏବଂ ୮୩.୬୭ ହାରରେ ରନ କରିଥିଲେ। ମାତ୍ର ଚଳିତ ସଂସ୍କରଣରେ ସେ ମାତ୍ର ୧୦.୬୦ ହାରରେ ଏବଂ ୧୪୫.୯୦ ଷ୍ଟ୍ରାଇକ୍ ରେଟରେ ରନ କରିଛନ୍ତି। ଗତ ସିଜିନରେ ଆରସିବିକୁ ପ୍ଲେ ଅଫରେ ପହଞ୍ଚାଇବାରେ ଦିନେଶ କାର୍ତ୍ତିକଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା। କିନ୍ତୁ ଏଥର ସେ ଗୋଟିଏ ପରେ ଗୋଟିଏ ମ୍ୟାଚରେ ଫ୍ଲପ୍ ହୋଇ ଚାଲିଛନ୍ତି। କେକେଆର ବିପକ୍ଷ ମୁକାବିଲାରେ ତାଙ୍କ ନିକଟରେ ପୁଣି ଥିରେ ମ୍ୟାଚ୍ ଓ୍ଵିନର ହେବାର ସୁଯୋଗ ଥିଲା। ମାତ୍ର ସେ ୧୮ ବଲରେ ୨୨ ରନ କରି ଆଉଟ୍ ହୋଇଥିଲେ। ଏହିପରି ଗତ ସିଜିନରେ ହିରୋ ଥିବା ଦିନେଶ କାର୍ତ୍ତିକ ଚଳିତ ସିଜିନରେ ଅଦ୍ୟାବଧି ଦଳ ପାଇଁ ଭିଲେନ ପାଲଟିଛନ୍ତି।
,

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ