ଆଇଆଇଏମ୍ ସମ୍ବଲପୁରର ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ ମାର୍ମାଗ୍ୟା ୯.୦ ୩୦ଟି ଷ୍ଟାର୍ଟଅପ୍‌ ସାମିଲ


ସମ୍ବଲପୁର: ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଏହାର କ୍ୟାମ୍ପସରେ ଭାରତୀୟ ଶିଳ୍ପ ମହାସଂଘ ସହଯୋଗରେ ବାର୍ଷିକ ବିଜନେସ୍ କନକ୍ଲେଭ୍ “ମାର୍ମାଗ୍ୟା ୯.୦’ର ଉଦଘାଟନୀ ସମାରୋହରେ ୩୦ଟି ଷ୍ଟାର୍ଟଅପ୍‌କୁ ନିୟୋଜିତ କରିଛି I ଏହି କନକ୍ଲେଭ୍‌ର ବିଷୟବସ୍ତୁ ଥିଲା (ରି)ଡିଫାଇନିଂ: ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫର୍ ବିଜନେସ୍ ଏକ୍ସଲେନ୍ସ’। ଏହାର ଉଦ୍ଦେଶ୍ୟ ହେଉଛି ଶିଳ୍ପ ଲିଡର୍ ଓ ଶିକ୍ଷାବିତମାନଙ୍କୁ ଏକାଠି କରି ଉଦୀୟମାନ ବ୍ୟବସାୟିକ ଧାରା ଏବଂ ଆହ୍ୱାନ ଉପରେ ବୁଝାମଣାମୂଳକ ଆଲୋଚନାରେ ସାମିଲ କରିବା। ଏହି ସମ୍ମିଳନୀରେ ସି-ସୁଇଟ୍‌: ପାର୍ଟନରସିପ୍‌-ଡ୍ରିଭେନ୍‌୍ ଲିଡରସିପ୍ ଫର୍ ବିଲ୍ଡିଂ-ଇମ୍ପେକ୍ଟ ପରଫମାନ୍ସ, “ଆଇଟି ଆଣ୍ଡ କନ୍‌ସଲ୍‌ଟିଂ: ଟେକ୍ନୋ ଫ୍ୟୁଜନ-ହ୍ୟୁମାନ-ମେସିନ୍ କୋଲାବୋରେସନ, ‘ଫାଇନାନ୍ସ: ଇନୋଭେଟିଭ୍ ଫାଇନାନ୍ସ- ଷ୍ଟ୍ରାଟେଜିକ୍ ଆଲାଏନ୍ସ ମାଧ୍ୟମରେ ନ୍ୟୁ ହରାଇଜନ୍ସ’, “ମାର୍କେଟିଂ: ପାୱାର ଅଫ୍ କୋ-ବ୍ରାଣ୍ଡିଂ- କ୍ରିଏଟିଭ୍ ଭାଲ୍ୟୁ ପ୍ରପୋଜିସନ୍‌, ‘ଅପରେସନ୍‌: ଷ୍ଟ୍ରାଟେଜିକ୍ ଆଲାଏନ୍ସ ମାଧ୍ୟମରେ ଅପରେସନ୍ ଏକ୍ସଲେନ୍ସ’ ଏବଂ ଏଚ୍‌ଆର, ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ମାଧ୍ୟମରେ ନିଯୁକ୍ତି ବ୍ରାଣ୍ଡିଂ ଆଦି ଆଲୋଚନାରେ ୩୫ ଜଣ ଶୀର୍ଷ ଶିଳ୍ପ ଲିଡର୍ ଯୋଗ ଦେଇଥିଲେ I ଆଇଆଇଏମ୍ ସମ୍ବଲପୁରର ଆଇହବ୍‌-ଇନକ୍ୟୁବେସନ୍ ସେଂଟରର ପ୍ରଥମ କାର୍ଯ୍ୟକ୍ରମ ଇନ୍କ୍ୟୁବେସନ୍ ଆଣ୍ଡ ଏକ୍ସଲେରେସନ୍ ପ୍ରୋଗ୍ରାମ୍ ୨୦୨୪-୨୫ ଅଧୀନରେ ୭୦ଟି ଆବେଦନ ମଧ୍ୟରୁ ୩୦ଟି ଷ୍ଟାର୍ଟଅପ୍‌କୁ ପରାମର୍ଶ, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସହାୟତା ପାଇଁ ନିୟୋଜିତ କରାଯାଇଛି। ସେଥିରୁ ୧୯ଟି ଷ୍ଟାର୍ଟଅପ୍ ଓଡ଼ିଶାର ରହିଛନ୍ତି। ମନୋନୀତ ହସ୍ତତନ୍ତ ଷ୍ଟାର୍ଟଅପ୍‌ ଗୁଡ଼ିକ ମଧ୍ୟରେ ବରଗଡ଼ର ସୁକାନ୍ତି ମେହେରଙ୍କ ଦ୍ୱାରା ପ୍ରତିଷ୍ଠିତ ସୁକାନ୍ତି ହସ୍ତତନ୍ତ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମହିଳାଙ୍କ ପାଇଁ ସାନିଟାରି ପ୍ୟାଡ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବା ପ୍ରଶାନ୍ତ ଏଂଟରପ୍ରାଇଜ୍ ଝାରସୁଗୁଡ଼ାର ପାୟଲ ପଟେଲଙ୍କ ନେତୃତ୍ୱରେ ରହିଛି। ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ସହିତ ମେକ୍ ଇନ୍ ଇଣ୍ଡିଆ ଏବଂ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଭଳି ପଦକ୍ଷେପ ଦ୍ୱାରା ପରିଚାଳିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି । ବିଶ୍ୱବ୍ୟାପୀ ବ୍ୟବସାୟୀମାନେ ପରିବର୍ତନର ମୁକାବିଲା କରିବା, ଯୋଗାଣ ଶୃଙ୍ଖଳା ବିଭ୍ରାଟକୁ ପରିଚାଳନା କରିବା ଏବଂ ବୈଷୟିକ ଉନ୍ନତିକୁ ତ୍ୱରାନ୍ୱିତ କରିବା ପାଇଁ ସହଯୋଗିତା ଗଠନ କରୁଛନ୍ତି I ଉଦଘାଟନୀ ଉତ୍ସବରେ ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ରଣନୈତିକ ମେଂଟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ I ମୁଖ୍ୟ ଅତିଥି ଭାବେ ଜେକେ ଅର୍ଗାନାଇଜେସନର ଗ୍ରୁପ୍ ଏଚ୍‌ଆର୍‌ର, ଏନ୍‌ଏଚ୍‌ଆରଡି ର ଜାତୀୟ ସଭାପତି , ପ୍ରେମ ସିଂହ କହିଛନ୍ତି, “ରଣନୈତିକ ଭାଗିଦାରୀ ହେଉଛି ଯେକୌଣସି ଆଧୁନିକ ବ୍ୟବସାୟ ମଡେଲର ମୂଳଦୁଆ। ଏହି ଭାଗିଦାରୀ ସଂସ୍ଥାଗୁଡ଼ିକୁ ପରସ୍ପରର ଶକ୍ତି, ପାରସ୍ପରିକ ମୂଲ୍ୟ ସୃଷ୍ଟି ଏବଂ ଅଭିନବତାର ସଂଗ୍ରହକୁ ଉପଯୋଗ କରିବାକୁ ସକ୍ଷମ କରିବ। ଆଜିର ପରସ୍ପର ଉପରେ ନିର୍ଭରଶୀଳ ଏବଂ ପରସ୍ପର ସହ ଜଡ଼ିତ ଦୁନିଆରେ, ଏହି ମଜଭୁତ ମେଂଟ୍ ସମୃଦ୍ଧ ହେବା କିମ୍ବା କେବଳ ବଂଚିବା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରୁଛି। ମାତ୍ର କିଛି ବର୍ଷ ମଧ୍ୟରେ ଏହାର ଜିଡିପି ୧ ଟ୍ରିଲିୟନ ଡଲାର ବୃଦ୍ଧି ପାଇଥିବାରୁ ଭାରତୀୟ ଅର୍ଥନୀତି ଅତ୍ୟନ୍ତ ସ୍ଥିରତା ଏବଂ ଅଭିବୃଦ୍ଧି ପ୍ରଦର୍ଶନ କରିଛି। ୨୦୫୦ ବେଳକୁ ଏହା ୭ ଗୁଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ବୈଷୟିକ ଅଭିବୃଦ୍ଧି ଯୁବ ଜନସଂଖ୍ୟା ତଥା ପ୍ରଯୁକ୍ତି ପିଢ଼ି ଏବଂ ଉଦ୍ୟୋଗୀ ମନୋଭାବ ବୃଦ୍ଧି ଦ୍ୱାରା ପରିଚାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତାଜ ହୋଟେଲର ଆସୋସିଏଟ୍ ଡାଇରେକ୍ଟର ଅଫ୍ ସେଲ୍‌ସ, ଗୌରି କାଲରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଲାଇଭସ୍ୱିଚ୍ ର ପରିଚାଳନା ନିର୍ଦେଶକ ଅବିନାଶ ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମାର୍ମାଗ୍ୟା ଅଧ୍ୟକ୍ଷା ପ୍ରଫେସର ଶିଖା ଭରଦ୍ୱାଜ ଧନ୍ୟବାଦ ଅର୍ପଣ କରିଥିଲେ।