Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଆ ପାକ୍ସ ମହାଦୁର୍ନୀତି, ବଳି ପଡିଲେ ତଳିଆ କର୍ମଚାରୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ପୁଆ ପାକ୍ସର ମହା ଦୁର୍ନୀତି ରେ ସହ ସଂପାଦକ ଓ ହିସାବ ରକ୍ଷକଙ୍କୁ ନିଲମ୍ବିତ କରି କାମ ସାରିଦେଲା ବିଭାଗ। ବହୁ ବାଦବିବାଦ ପରେ ବାଧ୍ୟ ହୋଇ ସୋନପୁର ସର୍କଲ ର ସହକାରୀ ନିବନ୍ଧକ ପାଣୁ ଚରଣ ସାହୁ ଗତ ୨୨ ତାରିଖ ପାକ୍ସକୁ ତଦନ୍ତରେ ଯାଇ ସ‌ହ-ସମ୍ପାଦକ ବାସୁଦେବ ପାତ୍ର ଓ ହିସାବ-ରକ୍ଷକ ସିଦ୍ଧେଶ୍ବର ନାଏକଙ୍କୁ ଗୁରୁବାର ନିଲମ୍ବନ କରିଛନ୍ତି। କିନ୍ତୁ ଏହାକୁ ଚାଷୀ ମାନେ ହଜମ କରି ପାରିନାହାନ୍ତି। ତଦନ୍ତକାରୀ ଅଫିସର ସହକାରୀ ନିବନ୍ଧକ ପାଣୁ ଚରଣ ସାହୁ ନିଜେ ଜଣେ ସ୍ବଚ୍ଛ ଅଧିକାରୀ ନୁହେଁ ଓ ପୂର୍ବରୁ ସେ କାର୍ଯ୍ୟ କରିଥିବା ଜିଲ୍ଲାରେ ତାଙ୍କ ନାମରେ ଦୁର୍ନୀତି ମାଳ ମାଳ ଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ସମବାୟ ସମିତି ର ସଭାପତି ଓ ସଂପାଦକ ମୁଖ୍ୟ ଆସାମୀ ହୋଇଥିବା ବେଳେ ତଳିଆ କର୍ମଚାରୀ ଙ୍କୁ ନିଲମ୍ବିତ କରି ବିଭାଗ ନେଇ ଥିବା ପଦକ୍ଷେପ କୁ ନାପସନ୍ଦ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ସଭାପତି ଓ ସଂପାଦକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ପଇସା ଫେରସ୍ତ ନ ହେବ ଆନ୍ଦୋଳନ ଚାଲୁ ରଖିବା ସହ ଭୁବନେଶ୍ବର ଯାଇ ମୂଖ୍ୟମନ୍ତ୍ରୀ ଙ୍କ ଠାରେ ତାଙ୍କ ଦାବୀ ଉପସ୍ଥାପନ କରିବା ନେଇ ମିଡିଆ ସାମାନାରେ କହିଛନ୍ତି ଚାଷୀ। ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ପୁଆ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ମାନେ ସମିତିରେ ଘୋର୍ ଦୁର୍ନୀତି ହୋଇଥିବା ବିଷୟ ଗତ ୩ ତାରିଖ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଡିଆରସିଏସ ଙ୍କୁ ଅଭିଯୋଗ କରିଥିଲେ। ପୁଆ ସମବାୟ ସମିତିର ସଭାପତି ପ୍ରଭୂଦତ୍ତ ଡାଙ୍ଗଙ୍କ ଆଦେଶ କ୍ରମେ ଦୀର୍ଘ ବର୍ଷରୁ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା ଲିଖିତ ଅଭିଯୋଗ ସେମାନେ କରିଥିଲେ। ସଭାପତିଙ୍କ ଆଦେଶ କ୍ରମେ ଚାଷୀମାନଙ୍କ ଅଜ୍ଞାତରେ ଜାଲ ଦସ୍ତଖତ କରି ଚାଷୀମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ କରି ଟଙ୍କା ହରିଲୁଟ କରିଛନ୍ତି। ଏପରିକି ଦିବ୍ୟାଙ୍ଗ ଚାଷୀ ଓ ମୃତ ଚାଷୀ ଙ୍କ ନାମରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଆତ୍ମସାତ କରିଛନ୍ତି ସମିତିର କର୍ମଚାରୀ। ସଭାପତି ଙ୍କୁ ଏଆରସିଏସ୍ ଙ୍କ ପତ୍ରସଂଖ୍ୟା ୬୨୭ ତା. ୧୮.୦୬.୨୪ ଅନୁଯାୟୀ ସମିତିରେ ସ୍ଥାୟୀ ସମ୍ପାଦକ ନିଯୁକ୍ତି କରି ନାହାନ୍ତି। ଏ ନେଇ ଅଭିଯୋଗ ପରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପୁଆ ପାକ୍ସ ପରିଦର୍ଶନ ସହ ସ୍ଥାନୀୟ ଚାଷୀ ମାନଙ୍କ ସହ ଆଲୋଚନା ପରେ ସୋନପୁର ସର୍କିଟ ହାଉସ ଠାରେ ପୁଆ ପାକ୍ସରେ ମହାଦୁର୍ନୀତି ହୋଇଥିବା ବିଷୟ ମିଡିଆ ଆଗରେ କହିବା ସହ ମୋହନ ସରକାର ଙ୍କୁ ରିପୋର୍ଟ ପ୍ରଦାନ କରିବା ବିଷୟ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ