Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ମଧ୍ୟରୁ ଜୁଆ ଆଡ୍ଡାରେ ଚଢ଼ାଉ : ୧୩ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଜଙ୍ଗଲ ରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ଥିବା ୧୩ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ନଗଦ ୫୬ ହଜାର ୧୯୦ ଟଙ୍କା ସହ ୧୨ଟି ମୋଟର ସାଇକଲ ଜବତ କରାଯାଇଥିବା ବିଷୟ ଦାରିଙ୍ଗବାଡ଼ି ଆଇଆଇଆସି ରମେଶ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ପାର୍ବଣ ଆସିଲେ ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ଜୁଆଆଡ୍ଡା ବେଧଡ଼କ ଭାବେ ଚାଲିଥାଏ। ଏଭଳି ଏକ ଘଟଣା ଥାନା ନିକଟସ୍ଥ କିଲାବାଡ଼ି ଗାଁ ନିକଟ ଏକ ଜଙ୍ଗଲରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ ଜୁଆ ଖେଳୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଶନିବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରିଥିଲା। ପୋଲିସ ଗାଡ଼ି ଦେଖି କିଛି ଜୁଆ ଖେଳାଳି ଦୌଡ଼ି ଫେରାର ହେବାରେ ସଫଳ ହୋଇଥିବା ବେଳେ ୧୩ ଜଣକୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।