ବୀରମହାରାଜପୁର ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ବିଜୁ ଜନତା ଦଳ ତରଫରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଯୋଗଦେଇ ପଦଯାତ୍ରାରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହିତ ସାମିଲ ହୋଇଥିଲେ। ବୀରମହାରାଜପୁର ଉପଖଣ୍ଡ ର କମିରା ଠାରୁ ଆରମ୍ଭ ହୋଇଥିଲା ପଦଯାତ୍ରା । ଏକ ବିରାଟ ଶୋଭାଯାତ୍ରା ରେ ହଜାର ହଜାର ବିଜୁ ଜନତା ଦଳର କର୍ମୀ ଓ ସମର୍ଥକ ବାହାରି ପିତାମହୁଲ ଖେଳ ପଡିଆରେ ପହଞ୍ଚି ଥିଲା । ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ସରୋଜ କମ୍ପ , ବ୍ଲକ ବିଜେଡି ସଭାପତି ସ୍ଵୟମ୍ଭୁନାଥ ଖଣ୍ଡଗିରୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପରଠେଲା , ଜିଲ୍ଲା ଯୁବ ସଭାପତି ଅଶୋକ ନନ୍ଦ , ବୀରମହାରାଜପୁର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା , ଉପାଧ୍ୟକ୍ଷ ନାରାୟଣ ଲୁହା , ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ସୁଲୋଚନା ହୋତା , ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା , ଜିବନ ବିନ୍ଦୁ ଜିଲ୍ଲା ସଂଯୋଜକ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ , କିଶୋର ହୋତା , ଆତ୍ମା ଅଧ୍ୟକ୍ଷ ବିବସ୍ପତି ପଣ୍ଡା , ଧିରେନ୍ଦ୍ର ପଣ୍ଡା , ଶେଷଦେବ ବାରିକ, ଚମ୍ପାମାଲ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ, ଲଲିତ ମୋହନ ପାତ୍ର, କୃତିବାସ ମିଶ୍ର , ଶ୍ରୀକାନ୍ତ କର୍ମୀ ଙ୍କ ସହିତ ବହୁ ସରପଞ୍ଚ, ସମିତିସଭ୍ୟ , ଜନ ପ୍ରତିନିଧି , ବିଜେଡ଼ି କର୍ମକର୍ତ୍ତା , ସମର୍ଥକ ଯୋଗଦେଇ ଥିଲେ ।