Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଡା ହେଲା ଟ୍ରାଫିକ୍‌ ନିୟମ; ନମାନିଲେ ମିଳିବ ଦଣ୍ଡ

ଭୁବନେଶ୍ବର: କଡା ହେଲା ଟ୍ରାଫିକ୍‌ ନିୟମ। ଏଣିକି ଟ୍ରାଫିକ୍ ନିୟମ ନମାଲିଲେ ଭରିବେ ଜୋରିମାନା। ଟ୍ରାଫିକ ପୋଷ୍ଟରେ ଛିଡ଼ା ହେଲା ବେଳେ ଜେବ୍ରା କ୍ରସିଂ ଅତିକ୍ରମ କଲେ ଦେବେ ଜୋରିମାନା । ଟ୍ରାଫିକ୍‌ର ପ୍ରତିଟି ଗତିବଧି ଉପରେ ୨୪ ଘଣ୍ଟିଆ ନଜର ରଖିବ କଂଟ୍ରୋଲ ରୁମ। ସିସିଟିଭିରେ ଗାଡି ଚାଳକଙ୍କ ସବୁ ଗିତିବିଧି କଏଦ ହେବ। ଯଦି କୌଣସି ଗାଡ଼ି ଜେବ୍ରା କ୍ରସିଂ ଉପରକୁ ଆସେ, ପଛକୁ ଫେରିବା ପାଇଁ ମାଇକ ଯୋଗେ ଘୋଷଣା କରାଯିବ । ନିୟମ ଉଲ୍ଲଘଂନ କଲେ ଗଣିବେ ତଣ୍ଡ। ଭରିବେ ମୋଟା ଅଙ୍କର ଜୋରିମାନା। ଏନେଇ କିଛି ଜିଲ୍ଲାର ଟ୍ରାଫିକ୍ ଡେପୁଟି ସୁପରିଟେଣ୍ଡଣ୍ଟଙ୍କୁ ଟ୍ରାନ୍ସପୋର୍ଟ କମିସନର ଚିଠି ଲେଖିଛନ୍ତି ।

ଏଥିରେ ସବୁ ଅଧିକାରୀଙ୍କୁ ମାସିକିଆ ଟାର୍ଗେଟ ଦିଆଯାଇଛି । କିଏ କେତେ ଚାଲଣ କାଟିବ, କେତେ ଟଙ୍କାର ଜରିମାନା ଆଦାୟ କରିବ, ଏ ନେଇ ପୂରା ତାଲିକା ପ୍ରକାଶ ପାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । ନିୟମକୁ କଡ଼ାକଡ଼ି ଲାଗୁ କରିବା ଉପରେ ଜୋର ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ