Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହରୀ ଉଦ୍ୟାନ ପ୍ରୋତ୍ସାହନ କର୍ମଶାଳା

ସମ୍ବଲପୁର: ଦୈନନ୍ଦିନ ଜୀବନରେ ଫଳ ଓ ପନିପରିବାର ଆବଶ୍ୟକତା ଉତ୍ତମ ଓ ନିରୋଗ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଅପରିହାର୍ଯ୍ୟ ଅଟେ I ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି ଯେ ଜଣେ ବୟସ୍କ ବ୍ୟକ୍ତି ପାଇଁ ଦିନକୁ ୪୦୦ ଗ୍ରାମ ପନିପରିବା ଆବଶ୍ୟକ, ଯାହାକି ବିଷହୀନ ଓ ଅଣରସାୟନିକ ହୋଇଥିବା ନିହାତି ଜରୁରୀ କାରଣ ଏବେ ମିଳୁଥିବା ଫଳ ଓ ପନିପରିବା ଗୁଡିକରେ ଏହି ବିଷର ଅଂଶ ରହି ଯିବାର ଦେଖାଯାଇଛି ଯାହାକି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର ପ୍ରମୁଖ କାରଣ ବୋଲି ଗବେଷଣାରୁ ଜଣାଯାଇଛି I ତେଣୁ ବିଷମୁକ୍ତ, ତଟକା ଫଳ, ପନିପରିବା ପାଇଁ ନିଜ ଘରେ ଚାଷ କରିବା ଓ ଉତ୍ପାଦକୁ ନିଜେ ଉପଯୋଗ କରିବା ହିଁ ଏକମାତ୍ର ପନ୍ଥା I କିନ୍ତୁ, ସହରାଞ୍ଚଳରେ ସ୍ଥାନର ସ୍ୱଳ୍ପତା, କଂକ୍ରିଟ୍ ମୟ ସହରୀ ସ୍ଥାନ ହେତୁ ଏହା ସମ୍ଭବ ହୋଇପାରୁ ନାହିଁ I ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ବର ଦ୍ୱାରା ପ୍ରସ୍ତାବିତ ଓଡିଶା ରାଜ୍ୟ ସରକାରଙ୍କ ବିତ୍ତ ପୋଷିତ ନାଵୋନ୍ମେସୀ ପ୍ରଯୋଜନା ଅନ୍ତର୍ଗତ ସହରାଂଚଳ ବାସୀଙ୍କ ପାଇଁ ବୈଜ୍ଞାନିକ ପଦ୍ଧତିରେ ଛାତ ଉପର ବଗିଚା ଓ ଘର ବଗିଚାକୁ ପ୍ରୋସ୍ଛାହନ ଦିଆଯାଉଛି I ଏହାର ସଠିକ ଉପଯୋଗ ଦ୍ୱାରା ସହରବାସୀ ଉପକୃତ ହୋଇପାରିବା ସହିତ ସହରାଂଚଳ ପରିବେଶ ମଧ୍ୟ ଉନ୍ନତ ହୋଇପାରିବ I ଏହି ପରିପେକ୍ଷୀରେ ପ୍ରକଳ୍ପର ବିଭିନ୍ନ ଉଦେଶ୍ୟ ଓ କାର୍ଯ୍ୟକାରିତା ଲୋକଙ୍କ ପାଖରେ ଉପଲବ୍ଧ କରିବା ଓ ଜନସଚେତନତା ସୃଷ୍ଟି କରିବା ନିମିତ୍ତ କର୍ମଶାଳା ମାନ ଅନୁଷ୍ଠିତ କରାଯାଉଛି I ସମ୍ୱଲପୁର ପାନ୍ଥନିବାସ ପରିସରରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ବର ତରଫରୁ ସହରୀ ଅଞ୍ଚଳରେ ଉଦ୍ୟାନ ଭିଭିକ ଚାଷ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି I ଏହି କର୍ମଶାଳାରେ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ , ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକ , ବରିଷ୍ଠ ନାଗରିକ, ମହିଳା ପ୍ରମୁଖ ଯୋଗ ଦେଇଥିଲେ I ଏହି କର୍ମଶାଳାଟି କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ତଥା ପରିଯୋଜନାର ପ୍ରଧାନ ଅନ୍ଵେଷକ ଡଃ. ପି. ଶ୍ରୀନିବାସ ଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା I ଡଃ. ପି. ଶ୍ରୀନିବାସ ସହରୀ ଅଞ୍ଚଳରେ ଛାତ ବଗିଚା ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ଗୁଡ଼ିକ ଯେପରିକି କୋକପିଟ, ଗ୍ରୋ-ବ୍ୟାଗ, ଆର୍କା ଡିକୋମ୍ପୋଜର୍, ଆର୍କI ଶସ୍ୟ ପୋଷାକ ରସ, ଆର୍କI ଭେଜିଟେବୁଲ କିଟ, ଆର୍କI ମାଇକ୍ରୋବିଆଲ କନସରଟିଅମ ଇତ୍ୟାଦି ମାଧ୍ୟମରେ ଉନ୍ନତ ପଦ୍ଧତି ଚାଷ ସମ୍ବନ୍ଧରେ ବିଶେଷ ଭାବେ ଆଲୋକପାତ କରିଥିଲେ I ଏହା ସହ ଛାତର ସ୍ଥାୟୀତ୍ୱକୁ ଦୃଷ୍ଟିରେ ରଖି ପାଣି ନ ଜମିବା ପାଇଁ ଡ୍ରେନେଜ୍ ବ୍ୟବସ୍ଥାକୁ ସଠିକ ଭାବେ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ I ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁ ଛାତ ବଗିଚାରୁ ଉପଲବ୍ଧ ସତେଜ, କୀଟନାଶକ ମୁକ୍ତ ପନିପରିବା ପାଇବାର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ I ଏହି କାର୍ଯ୍ୟକ୍ରମରେ ୬୦ ଜଣ ପ୍ରଶିକ୍ଷଣIର୍ଥୀ ଯୋଗଦେଇ ସହରୀ ଉଦ୍ୟାନିକ ଚାଷ ପାଇଁ ଆଗ୍ରହ ପ୍ରକାଶ କରିବା ସହ ଏହିପରି ଅଭିନବ ଉଦ୍ୟମ ପାଇଁ ସଂସ୍ଥା ତଥା କତୃପକ୍ଷଙ୍କୁ ପ୍ରଶଂସା କରିଥିଲେ I ଯୋଗଦେଇଥିବା ବ୍ୟକ୍ତି ମାନଙ୍କୁ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ତରଫରୁ ଛାତ ଉପରେ ଚାଷ କରିବା ନିମନ୍ତେ ପ୍ରୋତ୍ସାହନ କରିବା ପାଇଁ ସେହି କେନ୍ଦ୍ର ଉତ୍ପାଦିତ କିଛି ଉପଯୋଗୀ ସାମଗ୍ରୀ ବଣ୍ଟନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ