Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଆଇଏଫଡବ୍ଲୁଜେର ପ୍ରତିଷ୍ଠା ଦିବସ ଉତ୍ସବ

ସମ୍ବଲପୁର:ସମ୍ବଲପୁର ଜିଲା ସାମ୍ବାଦିକ ସ°ଘ ( ୟୁଜେଏ ) ଶାଖା ଆନୁକୂଲ୍ୟରେ ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ ( ଆଇଏଫଡବ୍ଲୁଜେ )ର ପ୍ରତିଷ୍ଠା ଦିବସ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲା ସାମ୍ବାଦିକ ସ°ଘର ସଭାପତି ସୁଭାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବର୍ଷିୟାନ ସମାଜସେବୀ ତଥା ସମ୍ବଲପୁର ଜିଲା ସାମ୍ବାଦିକ ସ°ଘର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଦିବଙ୍ଗତ ପ୍ରଶାନ୍ତ କୁମାର ମହାନ୍ତିଙ୍କ ପତ୍ନୀ ଡା.ନାରାୟଣୀ ପଣ୍ଡା ମୁଖ୍ୟଅତିଥି ଏବଂ ଦୂରଦର୍ଶନ ର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ବୈକୁଣ୍ଠ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ନିଜର ଦୀର୍ଘ ବର୍ଷର ଅଭିଜ୍ଞତାରୁ ଉଦାହରଣମାନ ରଖି ଭାରତରେ ଗଣମାଧ୍ୟମର କାର୍ଯ୍ୟଶୈଳୀ ଏବଂ ଗତିଶୀଳତା ଉପରେ ଆଲୋଚନା କରିଥିଲେ। କ୍ଷେତ୍ରକୁ ଯାଇ ଖବର ସ°ଗ୍ରହ ଓ ପ୍ରସାରଣ ହିଁ ଗଣମାଧ୍ୟମର ଗ୍ରହଣୀୟତା ଓ ମର୍ଯ୍ୟାଦା ବୃଦ୍ଧି କରିଥାଏ ବୋଲି ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଥିଲେ। ଉତ୍ସବରେ ସ°ଘର ବରିଷ୍ଠ ସଭ୍ୟ ବରଗଡର ପ୍ରସନ୍ନ କୁମାର ମିଶ୍ର ଏବଂ ବରପାଲିର ମେଘନାଦ ସାହୁ ଓ ଅତିନ୍ଦ୍ରନାଥ ସେନଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଉପସଭାପତି କିଶୋର କୁମାର ସାହୁ ଅତିଥି ପରିଚୟ ଏବଂ ସଭ୍ୟ ଶିବଶଙ୍କର ନନ୍ଦ ଆଇଏଫଡବ୍ଲୁଜେର ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସଭ୍ୟା ପ୍ରୀତି ସୁନା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ପରେ କଲମ ପରିବାର ସହଯୋଗରେ ଲଳିତମୋହନ ବେବର୍ତ୍ତାଙ୍କ ସ°ଯୋଜନାରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ତଫିଜୁଲ ହୁସେନ,ସବିତା ମିଶ୍ର, ଗୁଣରଞ୍ଜନ ସାଲିମା,ସୁରେଖା ସାହୁ,ବବଲୁ ବାଗ,ଜୟକୃଷ୍ଣ ବେହେରା,କମଳଲୋଚନ ପଣ୍ଡା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ