ସମ୍ବଲପୁର:ଆଜି ଧନତେରାସ୍ ବା ଧନନ୍ତ୍ବରୀ ଜୟନ୍ତୀ।ସମଗ୍ର ପଶ୍ଚିମ ଓଡ଼ିଶାରେ ରେ ଧନତେରାସ୍ ଯୋଗୁଁ ବଜାରରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ବିଶେଷ କରି ସୁନା ଦୋକାନ, ପୂଜା ସାମଗ୍ରୀ ଦୋକାନ, ଝାଡୁ ଦୋକାନ ସମେତ ମାଟିରେ ତିଆରି ଗଣେଷ ଓ ଲକ୍ଷ୍ମୀ ପ୍ରତିମା ଦୋକାନ, ବିଦ୍ୟୁତ ସରଞ୍ଜାମ ଓ ସାଜସଜ୍ଜା ଦୋକାନ, ମିଠା ଦୋକାନ ଏବଂ ମୂର୍ତ୍ତି ସାଜସଜ୍ଜା ଦୋକାନରେ ଧନତେରାସ ପାଇଁ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ଧନତେରାସରେ ଲୋକମାନଙ୍କ ଦ୍ୱାରା କିଣାଯାଉଥିବା ସୁନା, ରୂପା, କଉଡି, ଧନିଆ, ହଳଦୀ, ସମେତ ବାସନକୁସନ ଓ ଝାଡୁରେ ଧନର ଦେବୀ ଲକ୍ଷ୍ମୀ ଓ କୁବେର ଦେବ ବାସ କରନ୍ତି ବୋଲି ବିଶ୍ଵାସ ରହିଛି। ଧନତେରାସରେ ଏହି ସମସ୍ତ ପଦାର୍ଥକୁ ପୂଜା ସମୟରେ ଦେବୀଙ୍କୁ ସୁନା ଅଳଙ୍କାର ସହିତ ପୂଜା କରାଯାଏ ବୋଲି ବିଶ୍ୱାସ କରାଯାଏ।ସମ୍ବଲପୁର ସହର ସମେତ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁରରୁ ରାଉରକେଲା ସହରର ଯାଏଁ ଏହି ଭିଡ଼ ଲାଗିରହିଛି।ଏହି ସବୁ ସହର ଓ ବଜାର ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବେଳେ ଦୋକାନରୁ ପୂଜା ସାମଗ୍ରୀ ମଧ୍ୟ କ୍ରୟ କରୁଥିବା ଦେଖାଯାଇଥିଲା। ସହରର ମୁଖ୍ୟ ରାସ୍ତାରେ ପୋଲିସ ବିଭାଗ ପକ୍ଷରୁ ପୋଲିସ୍ ମୁତୟନ ସହିତ ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡି କରାଯାଇଛି।