Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ସମଲେଇଙ୍କ ପୀଠରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା

ସମ୍ବଲପୁର: ଦୀପାବଳି ଅବ୍ୟବାହିତ ପୂର୍ବରୁ ହଠାତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ବିଧାୟକ ପ୍ରତାପ ଜେନାଙ୍କୁ ଆଜି ସମ୍ବଲପୁର ରେ ଦେଖିବାକୁ ମିଳିଛି।ସୋମବାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନ କରି ସେ ଆଶୀର୍ବାଦ ନେଇଛନ୍ତି I ସମଲେଶ୍ବରୀ ମନ୍ଦିର ପରିସର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି,ଏହି ଅବସରରେ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ, ବିଜେଡି ନେତା ସଂଜିତ ମହାନ୍ତି ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ବିଜେଡିର ସତ୍ୟେନ୍ଦ୍ର ଦାଶ, ପ୍ରଶାନ୍ତ ଥାପା, ଶେଷଦେଵ ଗୁରୁ ,ସୁମିତ ପଟେଲ, ଦେବଜ୍ୟୋତି ପଟ୍ଟନାୟକ, ଚୁମନ ପ୍ରଧାନ, ଅର୍ୟନ୍ ବୋହିଦର୍, ଚନ୍ଦନ ବରିହା , ଶୌରବ ସାହୁ, କିରନ୍ ପ୍ରଧାନ, ଶୁଭମ୍ ସାହୁ,ବିକ୍ରମ ରଞ୍ଜିତ ପ୍ରମୁଖ ଅନେକ ଯୁବ ଛାତ୍ର ବିଜେଡି କର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ତେବେ ହଠାତ ପ୍ରତାପଙ୍କ ସମ୍ବଲପୁର ଆଗମନ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।