Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼:ଜିଲ୍ଲା ଚିକିତ୍ସାଳୟ ଠାରେ ନବନିର୍ମିତ ୫୦ ଶଯ୍ୟା ବିଶିଷ୍ଟ ଜରୁରୀ କାଳୀନ ଚିକିତ୍ସା କେନ୍ଦ୍ରକୁ ଉଦଘାଟନ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର.ଆୟୁର୍ବେଦ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନବନିର୍ମିତ ଓଡ଼ିଶାର ପ୍ରଥମ ୫୦ ଶଯ୍ୟା ବିଶିଷ୍ଟ ଜରୁରୀ କାଳୀନ ଚିକିତ୍ସା କେନ୍ଦ୍ରକୁ ଆଭାସୀ ମଧ୍ୟମରେ ପ୍ରଧାନ ମନ୍ତ୍ରୀ
ନରେନ୍ଦ୍ର ମୋଦୀ ଉଦଘଟନ କରିଛନ୍ତି ।
ଉଦଘାଟନୀ ସମାରୋହର ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗଦେଇ ଆଜି ଆମ ବରଗଡ଼ ଜିଲ୍ଲା ପାଇଁ ଏକ ସ୍ମରଣୀୟ ଦିନ, କାରଣ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନବ ଗଠିତ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା, ଓଡିଶା ତଥା ଆମ ବରଗଡ ଜିଲ୍ଲାକୁ ବିକାଶର ଜୟ ଯାତ୍ରାରେ ଆଗେଇ ନେଉଛି ଏବଂ ଓଡ଼ିଶାର ପ୍ରଥମ ଜରୁରୀ କାଳୀନ ଚିକିତ୍ସା କେନ୍ଦ୍ର ଆମ ବରଗଡ଼ ଜିଲ୍ଲାରେ ନିର୍ମାଣ ହୋଇ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଆଜି ଲୋକାର୍ପିତ ହେଉଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ମାନ୍ୟବର ବରଗଡ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ ଙ୍କ ସମେତ ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଧାୟକ ଭଟଲି ଶ୍ରୀ ଇରଶିଷ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ବିଜେପୁର ଶ୍ରୀ ସନତ କୁମାର ଗଡତିଆ ଏବଂ ଜାତୀୟ ସସ୍ଥ୍ୟ ମିଶନ, ଅତିରିକ୍ତ ମିଶନ ନିର୍ଦ୍ଦେଶକ ଶ୍ରୀ ମୃଣାଳକାନ୍ତି ଦାସ ଯୋଗ ଦେଇ ଥିଲେ ।
କାର୍ଯ୍ୟକ୍ରମର ଆବାହକ ତଥା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ଉକ୍ତ ଜରୁରୀ କାଳୀନ ଚିକିତ୍ସା କେନ୍ଦ୍ରର ଅଟକଳ ମୂଲ୍ୟ ଏବଂ ଉପଲବ୍ଧ ସୁବିଧା ବିଷୟରେ କହିଥିଲେ ।
ସୁଚାନା ଯୋଗ୍ୟକି, ଏହି ୫୦ ଶଯ୍ୟା ବିଶିଷ୍ଠ ଜରୁରୀ କାଳୀନ ଚିକିତ୍ସା କେନ୍ଦ୍ର ପିଏମ ଆୟୁଷ୍ମାନ ଭାରତ ଇନଫ୍ରାଷ୍ଟ୍ରକ୍ଚର ମିଶନ ଗ୍ରାଣ୍ଟ ମାଧ୍ୟମରେ ସର୍ବମୋଟ ୧୮ କୋଟି ୧୦ ଲକ୍ଷ୍ୟ ୯୭ ହଜାର ୯ ଶହ କୋଡିଏ ଟଙ୍କା ଅଟକଳ ମୂଲ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି । ତିନି ମହଲା ବିଶିଷ୍ଟ ଉକ୍ତ ଜରୁରୀ କାଳୀନ ଚିକିତ୍ସା କେନ୍ଦ୍ରରେ ଡାଇଲିଶିଷ ନିମନ୍ତେ 2 ଗୋଟି ଶଯ୍ୟାର ବ୍ୟବସ୍ତା ଥିବା ବେଳେ ଆଇସୋ ଲେସନ ୱାର୍ଡ ଠାରେ ୨୪ ଗୋଟି, ହାଇ ଦିପେନଡେନସି ୟୁନିଟ ଠାରେ ୮ ଗୋଟି, ଆଇ ସି ୟୁ ଠାରେ ୧୦ ଗୋଟି, ଜରୁରୀକାଳିନ ଚିକିତ୍ସା ପାଇଁ ୨ ଗୋଟି, ମାତୃ ଏବଂ ଶିଶୁ କିକିତ୍ସା ପାଇଁ ୨ ଗୋଟି ଏବଂ ପୋଷ୍ଟ ଅବସରଭେସୋନ ପାଇଁ ୨ ଗୋଟି ଶଯ୍ୟାର ବ୍ୟବସ୍ତା ରହିଅଛି । ଏତଦବ୍ୟତୀତ ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏଠାରେ ପୋଲିସ ଆଉଟ ପୋଷ୍ଟ ଏବଂ ଫାୟାର କଣ୍ଟ୍ରୋଲ ରୁମ ବ୍ୟବସ୍ତା କରାଯାଇଛି ।
ଉଦ୍ଘାଟନନୀ ସମାରୋହରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ, ଆଶା କର୍ମୀ, ଭଟଲି ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ସାଧାରଣ ଜନତା, ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଏବଂ ଅଗ୍ନିଶମ ବାହିନୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ମଞ୍ଚ ପରିଚାଳନା କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ ନିରୂପମା ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ