Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ଆରମ୍ଭ

ସମ୍ବଲପୁର: ମୁକ୍ତ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରତ୍ୟେକ ବର୍ଷ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରିଚାଳନା କରିଥାନ୍ତି ।ଚିଠା ଭୋଟର ତାଲିକାରେ ତ୍ରୁଟି ବିଚ୍ୟୁତି ସଂଶୋଧନ ସହିତ ନୂତନ ଭାବେ ୧୮ ବର୍ଷରେ ପଦାର୍ପଣ କରୁଥିବା ଯୁବକ ଯୁବତୀ ମାନଙ୍କୁ ଭୋଟର ଲିଷ୍ଟରେ ନାମ ପଞ୍ଜୀକରଣ କରିବା ନିମନ୍ତେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି I ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସମ୍ବଲପୁର ର ଜିଲ୍ଲା ସ୍କୁଲ ରୁ ନେଲସନ ମଣ୍ଡେଲା ଛକ ସ୍ଥିତ ଏସ.ବି.ଆଇ ବ୍ଯାଙ୍କ ପର୍ଯ୍ୟନ୍ତ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଙ୍କ ପୌରହିତ୍ୟରେ ଭୋଟର ଲିଷ୍ଟ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବାବଦରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ପଦଯାତ୍ରାର ଆୟୋଜନ କରଯାଇଥିଲା I ପଦଯାତ୍ରା ଶେଷ ହେବା ପରେ ଏହି ଅବସରରେରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରସିଦ୍ଧ କଳାକାର ଙ୍କ ଲୋକ ନୃତ୍ୟ, ମାର୍ଶଲ ଆର୍ଟ, ଷ୍ଟ୍ରିଟ୍ ପ୍ଲେ,, ସମ୍ବଲପୁରୀ ନୃତ୍ୟ, କୁଇଜ, ରଙ୍ଗୋଲି ଓ ଝୋଟି ପ୍ରତିଯୋଗିତା ଆଦି ର ଆୟୋଜନ କରାଯାଇଥିଲା। ଏହା ସହିତ ପ୍ରତିଷ୍ଠିତ ବ୍ୟକ୍ତି ଲେଲେ ବାଉଳା ର ଗାୟକ ବିଭୁତି ଭୂଷଣ ପଟ୍ଟନାୟକ ଏବଂ ଆଥଲେଟ୍ ( ଟ୍ରିପଲ ଜମ୍ପ, ବ୍ରୋଞ୍ଜ ପଦକ, ମାଲେସିଆ ଇନ୍ଟରନ୍ଯାଶନାଲ ମାଷ୍ଟରଓପନ ଆଥଲେଟିକ ଚ୍ଯାମ୍ପିୟନଶିପ) ରେଖା ଦେ ଙ୍କୁ ସମ୍ମାନିତ ମଧ୍ୟ କରଯାଇଥିଲା I ଏହି ପଦଯାତ୍ରାରେ ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ବେଦ ଭୂଷଣ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସୂଚାରୁ କୁମାର ବଳ, ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ଡେପୁଟି କଲେକ୍ଟର ସଞ୍ଜିବ କୁମାର ମେହେର ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କଲେଜ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ