ସମ୍ବଲପୁର:ନାକଟିଦେଉଳ ବ୍ଲକ ମହୁକୁଦ ଗ୍ରାମର ବରିଷ୍ଠ ନାଗରିକ ତଥା ରେଢାଖୋଲ ଅଞ୍ଚଳର କବି ତଥା ନାଟ୍ୟ ନିର୍ଦ୍ଦେଶକ ଅବଧୂତ ବିଶ୍ବାଳ ବୁଧବାର ପ୍ରାତ ସମୟ ରେ ବୁର୍ଲା ଠାରେ ପରଲୋକ ହୋଇଯାଇଛି I ମ୍ରୁତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହେଉଥିଲା I ସେ ତାଙ୍କ ସାନପୁଅ ଅଧ୍ୟାପକ ଅଖିଳ ବିଶ୍ବାଳ ଙ୍କ ସମ୍ବଲପୁର ସ୍ଥିତ ବାସ ଭବନ ରେ ରହି ଚିକିସ୍ଚିତ ହେଇଥିଲେ I ତାଙ୍କ ବଡ ପୁଅ ବଲାଙ୍ଗୀର ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ଅବସ୍ଥାପିତ ରହିଛନ୍ତି I ସ୍ବର୍ଗତ ବିଶ୍ବାଳ ମଧୁବନ ସାହିତ୍ୟ ସଂସଦ ର ପୁର୍ବତନ ସଭାପତି, ନାକଟିଦେଉଳ ମହାବିଦ୍ୟାଳୟ ପରିଚାଳନା କମିଟି ର ପୁର୍ବତନ ସଭାପତି ଓ ସରାପାଲି ଉଚ୍ଚ ବିଦ୍ୟାଳୟ ର ପୁର୍ବତନ ମୁଖ୍ୟ ଲିପିକ ଥିଲେ I ସେ ଜଣେ ସଂଗୀତ ନିର୍ଦ୍ଦେଶକ, ଭାଗବତ ପ୍ରେମୀ ଭାବରେ ପରିଚିତ ହେବା ସହିତ କୁଞ୍ଜବନ ଯଞ ର ପୁରୋଧା ଥିଲେ I ସେ ଗୀତା କୁ ଛାନ୍ଦ ଭାବରେ ଲେଖି ପ୍ରକାଶିତ କରିଥିଲେ I ତାଙ୍କ ବିୟୋଗ ରେ ନାକଟିଦେଉଳ ମହାବିଦ୍ୟାଳୟ, ସରାପାଲି ଉଚ୍ଚ ବିଦ୍ୟାଳୟ, ଗ୍ରାମ ମଙ୍ଗଳ ଯୁବକ ସଂଘ ଓ ମହୁକୁଦ ଗ୍ରାମ କମିଟି ତରଫ ରୁ ଶୋକସଭା କରାଯାଇଥିଲା I ସ୍ବର୍ଗତ ବିଶ୍ବାଳ ଙ୍କ ଦୁଇ ପୁଅ ବୋହୁ, ଦୁଇ ଝିଅ ଜ୍ବାଇଁ ଓ ଛଅ ଜଣ ନାତି ନାତୁଣି ଅଛନ୍ତି I ଅବଧୂତ ବିଶ୍ବାଳ ଙ୍କ ବିୟୋଗ ରେ ସମଗ୍ର ରେଢାଖୋଲ ସବଡିଭିଜନ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି I